Sun. Apr 19th, 2026

ନ୍ୟୁଜ ଡେକ୍ସ : ସାଧାରଣ ଦେଖାଯାଉଥିବା ଗାଜର ଆସଲେ ଏକ ସୁପରଫୁଡ୍। ଭିଟାମିନ, ଫାଇବର୍ ଓ ଆଣ୍ଟିଅକ୍ସିଡାଣ୍ଟରେ ପରିପୂର୍ଣ୍ଣ ଏହି ସବ୍ଜି ଆମ ଶରୀରକୁ ଭିତରୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ‘ସୁସ୍ଥ ହୃଦୟ ଏବଂ ଗାଜର’ ବିଷୟରେ କରାଯାଇଥିବା ଏକ ସର୍ଭେରେ ଏହି ତଥ୍ୟ ପ୍ରକାଶ କରିଛନ୍ତି।ଗବେଷକମାନଙ୍କ କହିବା ଅନୁଯାୟୀ, ନିୟମିତ ଭାବରେ ଗାଜର ଖାଇବା ହୃଦୟର କାର୍ଯ୍ୟକୁ ସକ୍ରିୟ ରଖିଥାଏ ଏବଂ ହୃଦ୍‌ରୋଗର ଝୁମକିକୁ କମାଇଦିଏ।

ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର୍ ରକ୍ତନାଳୀକୁ ସୁରକ୍ଷିତ ରଖିବା ସହ କଲେଷ୍ଟେରଲ୍‌ ନିୟନ୍ତ୍ରଣରେ ସାହାଯ୍ୟ କରେ।କେବଳ ହୃଦୟ ନୁହେଁ, ଗାଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା, ଦୃଷ୍ଟିଶକ୍ତିକୁ ପ୍ରଖର କରିବା ଏବଂ ଚର୍ମକୁ ସତେଜ ରଖିବାରେ ମଧ୍ୟ ସାହାଯ୍ୟକାରୀ। ଏଥିରେ ଭିଟାମିନ୍ ‘ସି’ ଓ କ୍ୟାଲସିୟମ ପ୍ରଚୁର ମାତ୍ରାରେ ଥାକୁଥିବାରୁ ଅସ୍ଥିକୁ ଦୃଢ଼ କରେ।

ବିଶେଷଜ୍ଞମାନେ କହୁଛନ୍ତି ଯେ ଗାଜର ରକ୍ତରେ ଶର୍କରା ପରିମାଣକୁ ସନ୍ତୁଳିତ ରଖିବାରେ ମଧ୍ୟ ଉପକାରୀ। ଫାଇବର୍‌ ଧନା ଥିବାରୁ ଏହା ଓଜନ ନିୟନ୍ତ୍ରଣରେ ସହଯୋଗ କରେ ଏବଂ ପାଚନକୁ ସୁଧାରେ।ସାରକଥା, ଦିନକୁ ଥୋଡ଼ା ଗାଜର ଖାଇଲେ ହୃଦୟ ଠାରୁ ଆରମ୍ଭ କରି ଚର୍ମ ଓ କେଶ ପର୍ଯ୍ୟନ୍ତ ସବୁ କିଛି ସୁସ୍ଥ ରହିପାରିବ। ସ୍ୱାସ୍ଥ୍ୟ ପାଇଁ ଏହି ଛୋଟ ଅଭ୍ୟାସ ହୋଇପାରେ ଆପଣଙ୍କର ବଡ଼ ସହାୟକ।

Leave a Reply

Your email address will not be published. Required fields are marked *