Thu. Apr 16th, 2026

ନ୍ୟୁଜ ଡେକ୍ସ : ଚଳିତ ବର୍ଷ ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ଜମ୍ମୁ ଏବଂ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୫୭ ଦିନ ଧରି ଚାଲିଥିବା ଏହି ତୀର୍ଥଯାତ୍ରା ଅଗଷ୍ଟ ୨୮ ତାରିଖରେ ରକ୍ଷା ବନ୍ଧନ ଦିନରେ ଶେଷ ହେବ।ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀ ଅମରନାଥଜୀ ମନ୍ଦିର ବୋର୍ଡ ବୈଠକରେ ଏହି ଯାତ୍ରାର ସମୟସୂଚୀ ନିର୍ଦ୍ଧାରିତ ହୋଇଛି।

ଯାତ୍ରା ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ରହିବ ଏବଂ ଏହା ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହେବ। ତୀର୍ଥଯାତ୍ରୀଙ୍କ ପାଇଁ ସର୍ବନିମ୍ନ ବୟସ ୧୩ ବର୍ଷ ଏବଂ ସର୍ବାଧିକ ବୟସ ୭୦ ବର୍ଷ ନିର୍ଦ୍ଧାରଣ କରାଯାଇଛି।ସେ କହିଛନ୍ତି ଯେ ଭଗବାନ ଶିବଙ୍କ ଆଶୀର୍ବାଦ ପାଇଁ ପ୍ରଥମ ପୂଜା ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଜୁନ ୨୯ ତାରିଖରେ ଅନୁଷ୍ଠିତ ହେବ। ଯାତ୍ରା ପାଇଁ ପଞ୍ଜୀକରଣ ଅନଲାଇନ୍ ଓ ଅଫଲାଇନ୍ ଉଭୟ ମାଧ୍ୟମରେ ଦେଶର ବିଭିନ୍ନ ବ୍ୟାଙ୍କ ଶାଖାରେ ଉପଲବ୍ଧ ହେବ।ଏହି ବର୍ଷ ଯାତ୍ରା ଦୁଇଟି ରୁଟ୍‌ରେ ପରିଚାଳିତ ହେବ।

ଅନନ୍ତନାଗ ଜିଲ୍ଲାର ପାରମ୍ପରିକ ୪୮ କିଲୋମିଟର ଲମ୍ବା ନୁନୱାନ-ପହଲଗାମ୍ ରୁଟ୍ ଏବଂ ଗଣ୍ଡେରବଲ ଜିଲ୍ଲାର ୧୪ କିଲୋମିଟର ଲମ୍ବା କିନ୍ତୁ ଅଧିକ ଉଠାଣି ବାଲଟାଲ୍ ରୁଟ୍‌ରେ ଯାତ୍ରୀମାନେ ଯାଇପାରିବେ। ଯାତ୍ରା ପୂର୍ବରୁ ଜମ୍ମୁ ଏବଂ କାଶ୍ମୀର ପ୍ରଶାସନ ତୀର୍ଥଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହା ମାଧ୍ୟମରେ ଯାତ୍ରୀମାନଙ୍କୁ ଏକ ସୁଗମ ଓ ନିରାପଦ ଅନୁଭବ ଦେବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।

Leave a Reply

Your email address will not be published. Required fields are marked *