Wed. Jun 3rd, 2026

ନ୍ୟୁଜ ଡେକ୍ସ: ଟ୍ରାକରୁ ଖସିଲା ମାଲବାହୀ ଟ୍ରେନର ୨୫ ୱାଗନ୍ । ଆନ୍ଧ୍ର ଟାଇଡାରୁ ଚିମିଡିପାଲି ଭିତର ଟନେଲରେ ଲାଇନ୍ ଚ୍ୟୁତ ହୋଇଛି ଟ୍ରେନ୍ । ମାଲବାହୀ ଟ୍ରେନଟି କୋରାପୁଟରୁ ବିଶାଖାପାଟଣା ଯାଉଥିବା ସୂଚନା । ଅଘଟଣ ପରେ କିରଣ୍ଡୁଲ- ବିଖ।।ଖାପାଟଣା ପାସେଞ୍ଜରର ଗତିପଥ ବଦଳାଗଲା ।

ସୂଚନା ଅନୁସାରେ ଆରୁଖୁ–କୋତୱାଲାସା ମଧ୍ୟ ଚିମିଡିପାଲି ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା। କିରୁଣଡୁଲରୁ ଲୁହାପଥର ବୋଝେଇ କରି ବିଜୟୱାଡ଼ା ଅଭିମୁଖେ ଯାଉଥିଲା ମାଲ ବୋଝେଇ ଟ୍ରେନ। ବିଶାଖାପାଟଣାରୁ କିରୁଣ୍ଡୁଲକୁ ଟ୍ରେନ ଚଳାଚଳ ବନ୍ଦ ରହିଛି।

ବିଶାଖାପାଟନାମରୁ କିରଣଡୁଲକୁ ରାୟଗଡ଼ା ଦେଇ ଦିନ ବେଳା ଓ ରାତ୍ରୀ କାଳୀନ ଗାଡ଼ି ଚଳାଚଳ କରାଯିବ ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି। KOKG ନାମକ ମାଲ ବୋଝେଇ ଟ୍ରେନ ଟିରେ ପ୍ରାୟ ୫୯ଟିରୁ ଉର୍ଦ୍ଧ୍ବ ବଗି ଲାଗିଥିଲା। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରାୟ ୨ଦିନ ପର୍ଯ୍ୟନ୍ତ ରେଳ ଚଳା ବନ୍ଦ ରହିବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *