Wed. Jun 3rd, 2026

ନ୍ୟୁଜ ଡେକ୍ସ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନ ସମେତ ଅନେକ ସ୍ଥାନରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଚଢାଉ କରିଛି। କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍ (CMRL) ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏହି ଚଢାଉ ହୋଇଥିବା ସୂଚନା ମିଳିଛି।

ଅଧିକାରୀଙ୍କ ଅନୁଯାୟୀ, ଥିରୁବନନ୍ତପୁରମରେ ଥିବା ପିନାରାଇ ବିଜୟନଙ୍କ ଭଡା ଘର ସମେତ ମୋଟ ୧୦ଟି ସ୍ଥାନରେ ଏହି ରେଡ୍ କରାଯାଇଛି। ED ପକ୍ଷରୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ମାମଲାରେ ଅଭିଯୋଗ ହୋଇଛି ଯେ, ୨୦୧୮ରୁ ୨୦୧୯ ମଧ୍ୟରେ CMRL ପକ୍ଷରୁ ପିନାରାଇ ବିଜୟନଙ୍କ ଝିଅ ଟି. ବୀଣାଙ୍କ ମାଲିକାନାରେ ଥିବା ଏକ୍ସାଲୋଜିକ୍ ସଲ୍ୟୁସନ୍ସ କମ୍ପାନୀକୁ ପ୍ରାୟ ୧.୭୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।

ତେବେ ଏହି ଅର୍ଥ ପ୍ରଦାନ ବଦଳରେ କମ୍ପାନୀ କୌଣସି ସେବା ଯୋଗାଇ ନଥିବା ଅଭିଯୋଗ ହୋଇଛି।ଏହା ପୂର୍ବରୁ ମଙ୍ଗଳବାର କେରଳ ହାଇକୋର୍ଟ CMRL ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ। EDର କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବା ପାଇଁ କମ୍ପାନୀ ଆବେଦନ କରିଥିଲା। ଉଲ୍ଲେଖଯୋଗ୍ୟ, ଏହି ଅଭିଯୋଗ ଆଧାରରେ ED ୨୦୨୪ ମସିହାରେ PMLA ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Leave a Reply

Your email address will not be published. Required fields are marked *