Fri. Apr 17th, 2026

ନ୍ୟୁଜ ଡେକ୍ସ : ପ୍ରଥମଥର ପାଇଁ ଓଡ଼ିଶା ପୋଲିସ ପ୍ରେସିଡେଣ୍ଟ କଲର୍ ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା ପରେ ସମ୍ମାନ ଗ୍ରହଣ ପାଇଁ ରାଜ୍ୟରେ ଭବ୍ୟ ଆୟୋଜନ ପ୍ରସ୍ତୁତି ଜୋରଦାର ହୋଇଛି।ଏନେଇ ପୋଲିସ ଡିଜିଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ରାଜ୍ୟର ସିନିୟର୍ ଆଇପିଏସ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ସମ୍ମାନ ଅବସରରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମ୍ଭାବନା ଥିବା କୁହାଯାଉଛି।ସପ୍ତମ ବାଟାଲିଅନରେ ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବିଶେଷ ପ୍ରସ୍ତୁତି ଚାଲିଛି। ସୁରକ୍ଷା, ପ୍ରୋଟୋକଲ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ପ୍ରଶାସନ ଦ୍ୱାରା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।

ଉଲ୍ଲେଖନୀୟ ଯେ, ପ୍ରେସିଡେଣ୍ଟ କଲର୍ ଆୱାର୍ଡ ହେଉଛି ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଦେଶର ସାମରିକ ୟୁନିଟ୍, ତାଲିମ ପ୍ରତିଷ୍ଠାନ କିମ୍ବା ପୋଲିସ ବଳକୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର। ସାହସିକତା, ଶୃଙ୍ଖଳାବଦ୍ଧ ସେବା ଓ ବୃତ୍ତିଗତ କୌଶଳକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଏ।

Leave a Reply

Your email address will not be published. Required fields are marked *