Thu. Oct 23rd, 2025

ନ୍ୟୁଜ ଡେକ୍ସ: ଫେବ୍ରୁଆରୀ ୯ ତାରିଖରେ ବାରବାଟୀ ଦିନିକିଆ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଓ୍ବାନଡେ’ ଇଣ୍ଟରନ୍ୟାସନାଲ୍ ଖେଳାଯିବ । ଏନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ତେବେ ବାରବାଟୀ ଦିନିକିଆ ପାଇଁ ଆଜିଠୁ ଟିକେଟ୍ ବିକ୍ରି ଆରମ୍ଭ ହେବ । ଅପରାହ୍ଣ ୪ଟାରୁ ଅନଲାଇନ୍ ପୋର୍ଟାଲ ଖୋଲିବ । ତେବେ ପ୍ରଶଂସକମାନେ ଜିଲ୍ଲା ଆପ୍ ଡାଉନଲୋଡ୍ କରି ଏବଂ ପ୍ଲାଟଫର୍ମ ମାଧ୍ୟମରେ ସିଧାସଳଖ ଟିକେଟ୍ କିଣିପାରିବେ।

ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛି। ପ୍ରାୟ ୪,୦୦୦ ଟିକେଟ ଅନଲାଇନ୍ରେ ବିକ୍ରି କରାଯିବ । ପରେ ଅଫଲାଇନରେ ଟିକେଟ୍ ବିକ୍ରି ହେବ । ଏଥିପାଇଁ ଚାରୋଟି କାଉଣ୍ଟର କରାଯାଉଛି । ପୁରୁଷଙ୍କ ପାଇଁ ଦୁଇଟି କାଉଣ୍ଟର ଖୋଲାଯାଇଥିବା ବେଳେ ପ୍ରଥମ ଥର ମହିଳାଙ୍କ ପାଇଁ ଟିକେଟ୍ କାଉଣ୍ଟରର ବ୍ୟବସ୍ଥା ହୋଇଛି । ଟିକେଟ୍ କାଉଣ୍ଟରରେ ଶୃଙ୍ଖଳାର ସହିତ ଟିକେଟ୍ ବିକ୍ରି ପାଇଁ ଓସିଏ ପକ୍ଷରୁ ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଛି ।

ଶନିବାର ବିଳମ୍ବିତ ରାତିରେ କଟକ ଡିସିପି ଏବଂ ଓସିଏ କର୍ତ୍ତୃପକ୍ଷ ବୁଲି ବ୍ୟାରିକେଟ୍ ଏବଂ ଟ୍ରାଫିକ୍ ବ୍ୟବସ୍ଥାକୁ ନୀରିକ୍ଷଣ କରିଛନ୍ତି । ଗ୍ୟାଲେରୀ ୨- ଟିକେଟ୍ ମୂଲ୍ୟ ୯୦୦ ଟଙ୍କା, ଗ୍ୟାଲେରୀ ୪- ୯୦୦ ଟଙ୍କା, ଗ୍ୟାଲେରୀ ୭- ୭୦୦ ଟଙ୍କା, ସ୍ୱତନ୍ତ୍ର ଏନକ୍ଲୋଜର – ୬ ହଜାର ଟଙ୍କା, ଏସି ଗ୍ୟାଲେରୀ ବକ୍ସ – ୮ ହଜାର ଟଙ୍କା ଏବଂ ନୂତନ ପାଭିଲିୟନ୍ – ୧୦ ହଜାର ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *