Sat. Apr 18th, 2026

ନ୍ୟୁଜ ଡେକ୍ସ: ବାରବାଟୀ ଷ୍ଟାଡିୟମରେ ଲାଇଟ ବନ୍ଦ ହେବା ପ୍ରସଙ୍ଗକୁ ନେଇ ଏବେ ଓସିଏକୁ ଜାରି ହେଲା କାରଣ ଦର୍ଶାଅ ନୋଟିସ୍ । କାହିଁକି ଲାଇଟ ବନ୍ଦ ହେଲା?, ଏନେଇ ସୋ କଜ୍ ନୋଟିସ୍ ଜାରି କରିଛି କ୍ରୀଡା ବିଭାଗ । ଏଭଳି ଅବ୍ୟବସ୍ଥାକୁ ନେଇ ୧୦ ଦିନ ଭିତରେ ଉତ୍ତର ରଖିବାକୁ ଓସିଏକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏହି ଘଟଣା ପରେ ଓଡ଼ିଶା ସରକାର ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ଠାରୁ ସ୍ପଷ୍ଟୀକରଣ ମାଗିବେ, ଯାହା ଫଳରେ ଖେଳ ୨୫ ମିନିଟ୍ ପାଇଁ ବନ୍ଦ ରହିଥିଲା, ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଷ୍ଟାଡିୟମରେ ଅନ୍ୟ ବରିଷ୍ଠ ମନ୍ତ୍ରୀମାନଙ୍କ ସହିତ ଉପସ୍ଥିତ ଥିବା ମନ୍ତ୍ରୀ କହିଛନ୍ତି, “ଫ୍ଲଡ୍ ଲାଇଟ୍ ତ୍ରୁଟି ପାଇଁ OCA ଠାରୁ ସ୍ପଷ୍ଟୀକରଣ ଲୋଡାଯିବ। OCA ଦ୍ୱାରା ସମସ୍ତ ସତର୍କତା ଅବଲମ୍ବନ ଏବଂ ବିସ୍ତୃତ ପୂର୍ବ ବ୍ୟବସ୍ଥା ସତ୍ତ୍ୱେ ଏହା ଘଟିଥିଲା।”ତେବେ କହିରଖୁଛୁ, ରବିବାର ଅନ୍ତର୍ଜାତୀୟ ମ୍ୟାଚ୍ ଚାଲିଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍ ।

ଭାରତୀୟ ଦଳର ଇନିଂସ ସମୟରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା । ଫଳରେ ଖେଳ ଅଧାରୁ ବନ୍ଦ ରହିଥିଲା । ସେତେବେଳେ ଟିମ୍ ଇଣ୍ଡିଆର ଦୁଇ ବ୍ୟାଟର, ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ବ୍ୟାଟିଂ କରୁଥିଲେ । ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ପରେ ଖେଳାଳିମାନେ ପ୍ୟାଭିଲିୟନକୁ ଫେରିଯାଇଥିଲେ। ଏହାକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପ୍ରାୟ ୨୫ ମିନିଟ୍ ପରେ ଫ୍ଲଡ୍ ଲାଇଟ୍ ପୁଣି ଚାଲୁ ହୋଇଥିଲା। ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *