Fri. Apr 17th, 2026

ନ୍ୟୁଜ ଡେକ୍ସ: ଟି-ଶାର୍ଟ, ବ୍ୟାଗ୍‌ ପରେ ଏବେ ଗୋଲାପ ଫୁଲ। ବିରୋଧର ନୂଆ ନୂଆ ଷ୍ଟାଇଲ୍‌ ଆପଣାଉଛନ୍ତି ବିରୋଧୀ। କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସଂସଦ ପରିସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦେଇଛନ୍ତି ଗୋଲାପ ଫୁଲ। କେବଳ ସେତିକି ନୁହେଁ ତାଙ୍କ ହାତରେ ଜାତୀୟ ପତାକାକୁ ମଧ୍ୟ ଧରାଇଛନ୍ତି।

ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ପହଞ୍ଚିବା ମାତ୍ର ତାଙ୍କ ହାତକୁ ଗୋଲାପ ଫୁଲ ଓ ତ୍ରିରଙ୍ଗା ଦେଇଥିଲେ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗାଡିରୁ ଓହ୍ଲାଇବା ମାତ୍ର ତାଙ୍କ ଆଡରୁ ତୁରନ୍ତ ଯାଇଥିଲେ ରାହୁଲ ଗାନ୍ଧୀ । ହାତକୁ ଜାତୀୟ ପତାକା ତ୍ରିରଙ୍ଗା ଓ ଗୋଲାପ ଫୁଲ ବଢାଇଥିଲେ । କିଛି ସେକେଣ୍ଡ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲେ । ଏହା ପରେ ରାଜନାଥ ସିଂହ ହସି ହସି ଚାଲିଯାଇଥିଲେ ।

ଏହି ସମୟରେ ସେଠାରେ ଉପସ୍ଥିତ ଥିବା କଂଗ୍ରେସ ନେତା ଓ ଅନ୍ୟମାନେ ହସୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ଚଳିତ ସଂସଦ ଅଧିବେଶନରେ କଂଗ୍ରେସ ଲଗାତାର ଭାବେ କେନ୍ଦ୍ର ସରକାରଙ୍କୁ ଘେରିବାରେ ଲାଗିଛି । ଆଦାନୀ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ କଂଗ୍ରେସ ପ୍ରତିଦିନ ନୂଆ ଢଙ୍ଗରେ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ବିରୋଧ ପ୍ରଦର୍ଶନ କରାଯାଉଛି ।

Leave a Reply

Your email address will not be published. Required fields are marked *