ନ୍ୟୁଜ ଡେକ୍ସ : ଶୀତ ଆଗମନ ସହିତ ବଜାରରେ ଗୁଡ଼ର ଚାହିଦା ଚଢ଼ିଛି। ଉଷ୍ମତାଦାୟୀ ଗୁଣ ଯୋଗୁଁ ଲୋକମାନେ ସୀତକାଳରେ ଅଧିକ ହାରେ ଗୁଡ଼ ସେବନ କରୁଛନ୍ତି। ତେବେ ଏହା କେବଳ ସ୍ୱାଦିଷ୍ଟ ନୁହେଁ, ଶରୀର ପାଇଁ ଏକ ପ୍ରାକୃତିକ ପୁଷ୍ଟିକର ଉତ୍ସ ବୋଲି ପୋଷକତତ୍ତ୍ୱ ଚିକିତ୍ସକମାନେ କହୁଛନ୍ତି।କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ ସଂସ୍ଥା (APEDA) ଅନୁସାରେ ବିଶ୍ୱର ପ୍ରାୟ ୭୦% ଗୁଡ଼ର ଉତ୍ପାଦନ ଭାରତରେ ହୁଏ।
ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହେବାରୁ ଗୁଡ଼ରେ ଥିବା ଲୌହ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ ଭଳି ପ୍ରମୁଖ ଖଣିଜ ପଦାର୍ଥ ଅବିକୃତ ଅବସ୍ଥାରେ ରହେ। ୩,୦୦୦ ବର୍ଷ ଧରି ବ୍ୟବହୃତ ହେଉଛି ଗୁଡ଼ଜର୍ଣ୍ଣାଲ୍ ଅଫ୍ ଆୟୁର୍ବେଦ ଆଣ୍ଡ୍ ଇଣ୍ଟିଗ୍ରେଟେଡ୍ ମେଡିକାଲ୍ ସାଇନ୍ସ (JAIMS) ଅନୁସାରେ, ଗୁଡ଼କୁ ଆୟୁର୍ବେଦରେ ନାକ ଓ ଶ୍ୱାସନଳୀ ସଫାକାରୀ ଔଷଧ ଭାବରେ ୩ ହଜାର ବର୍ଷରୁ ଅଧିକ ସମୟ ଧରି ବ୍ୟବହାର କରାଯାଉଛି। ଏହା ରକ୍ତହୀନତା, ଜଣ୍ଡିସ୍, ଆସ୍ଥମା ଓ ଆଲର୍ଜିରେ ବି ଫଳଦାୟକ।
ଶୀତ ଦିନେ ଗୁଡ଼ କାହିଁକି ଲାଭକାରୀ?
ଶୀତଦିନେ ଶରୀରର ମେଟାବୋଲିଜମ୍ ଧୀର ହୋଇଯାଏ ଓ ଉଷ୍ମତା ଦରକାର ବଢ଼େ। ଏହି ପରିସ୍ଥିତିରେ ଗୁଡ଼ ପ୍ରାକୃତିକ ଶକ୍ତି ବୃଦ୍ଧିକାରୀ ଭାବେ କାମ କରେ।
✔ ଶରୀରକୁ ଉଷ୍ମ ରଖେ
✔ ସର୍ଦି-କାଶ, ଗଳା ବେଥାରୁ ରହାତ
✔ କଫ ହଟାଇବାରେ ସାହାଯ୍ୟକାରୀ
✔ ରୋଗପ୍ରତିରୋଧକ ଶକ୍ତି ବଢ଼ାଏ (ଜିଙ୍କ୍, ସେଲେନିୟମ, ଆଣ୍ଟିଅକ୍ସିଡାଣ୍ଟ)
✔ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ
✔ ପାଚନକୁ ସକ୍ରିୟ କରେ
ଏଥିସହିତ, ଗୁଡ଼ରେ ଥିବା କ୍ୟାଲସିୟମ ଓ ଫସଫରସ ହାଡ଼କୁ ଶକ୍ତିଶାଳୀ କରେ। ପାଚନ ଧୀର ହୋଇପଡ଼ୁଥିବା ସୀତକାଳରେ ଖାଦ୍ୟ ପରେ ଗୁଡ଼ ସେବନ କଲେ ପାଚନ ଉନ୍ନତି ହୁଏ।ଶୀତ ଋତୁ ଆସିବା ସହିତ ଗୁଡ଼ ମାତ୍ର ମିଠା ନୁହେଁ, ଶରୀରର ସ୍ୱାସ୍ଥ୍ୟ ସୁରକ୍ଷାରେ ଏକ ପ୍ରାକୃତିକ ଢାଲ୍ ଭାବେ ସାବ୍ୟସ୍ତ ହୋଇପଡ଼ିଛି।

