ନ୍ୟୁଜ ଡେକ୍ସ : ଧନିଆ — ଏକ ସାଧାରଣ ମସଲା ହେଲେ ମଧ୍ୟ ଏଥିରେ ଲୁଚିଛି ଅସାଧାରଣ ଔଷଧୀୟ ଗୁଣ। ଘରୋଇ ରସୋଇଘରର ଅବିଭାଜ୍ୟ ଅଂଶ ଧନିଆ ପତ୍ର ଏବଂ ମଞ୍ଜି ତରକାରି, ଚଟଣୀ, ସାଲାଡରେ ସ୍ୱାଦ ଓ ସୁଗନ୍ଧ ବଢ଼ାଇବା ସହ ଶରୀରକୁ ଦେଉଛି ଅନେକ ପୋଷକ ଗୁଣ।ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଧନିଆପତ୍ର ଓ ମଞ୍ଜିରେ ଥିବା ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ C ଓ ଫାଇବର ଶରୀରରୁ ବିଷାକ୍ତ ତତ୍ତ୍ବ ବାହାର କରି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
ନିୟମିତ ଧନିଆ ଜଳ ସେବନ କରିଲେ ଓଜନ ନିୟନ୍ତ୍ରଣ ହୁଏ ଏବଂ ଚର୍ବି କମେ।ସ୍ୱାସ୍ଥ୍ୟ ରିପୋର୍ଟ ଅନୁସାରେ, ଧନିଆ ହୃଦୟକୁ ସୁସ୍ଥ ରଖିବାରେ ଉପକାରୀ ଏବଂ ରକ୍ତରେ ଥିବା କୋଲେଷ୍ଟ୍ରଲ ଓ ସୁଗର୍କୁ ନିୟନ୍ତ୍ରଣରେ ରଖେ। ଏହା ସହିତ ଚକ୍ଷୁଶକ୍ତି ବଢ଼େ, ପାଚନ ଶକ୍ତି ଭଲ ହୁଏ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ମଧ୍ୟ ଆରାମ ମିଳେ।
ବିଶେଷଜ୍ଞମାନେ କହିଛନ୍ତି, ରାତିରେ ଏକ ଗ୍ଲାସ ପାଣିରେ ଧନିଆ ପତ୍ର କିମ୍ବା ମଞ୍ଜି ଭିଜାଇ ରଖି ସକାଳୁ ଖାଲି ପେଟରେ ତାହାକୁ ଛାଣି ପିଲେ ଶରୀର ପାଇଁ ବହୁତ ଲାଭଦାୟକ। ସେହିପରି, ରୋଜ ସାଲାଡ, ଧନିଆ ଚଟଣୀ କିମ୍ବା ତରକାରିରେ ଧନିଆ ପତ୍ର ବ୍ୟବହାର କରିବା ସ୍ୱାଦ ସହ ସ୍ୱାସ୍ଥ୍ୟ ଦୁହିଁକୁ ରଖେ ସୁସ୍ଥ ଓ ସଜଗ।

