Mon. Jun 22nd, 2026

ନ୍ୟୁଜ ଡେକ୍ସ : ଯୋଗଗୁରୁ ବାବା ରାମଦେବ ଆଜି ଶ୍ରୀକ୍ଷେତ୍ର ପୁରୀ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ରତ୍ନ ସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରିବା ପରେ ସେ ଗଭୀର ଆନନ୍ଦ ଓ ଭକ୍ତିଭାବ ପ୍ରକାଶ କରିଥିଲେ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାବା ରାମଦେବ କହିଥିଲେ ଯେ, ମହାପ୍ରଭୁଙ୍କ ଦର୍ଶନ କରି ସେ ବହୁତ ଖୁସି ଅନୁଭବ କରୁଛନ୍ତି। ଚତୁର୍ଦ୍ଧାବିଗ୍ରହଙ୍କୁ ରତ୍ନ ସିଂହାସନରେ ଦର୍ଶନ କରିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ସେ କହିଥିଲେ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାବା ରାମଦେବଙ୍କୁ ମହାପ୍ରଭୁଙ୍କ ପବିତ୍ର ଖଣ୍ଡୁଆ ପାଟ ଏବଂ ମହାପ୍ରସାଦ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ସେ ଶ୍ରୀମନ୍ଦିର ପରମ୍ପରା ଓ ଆଧ୍ୟାତ୍ମିକ ପରିବେଶର ପ୍ରଶଂସା କରିଥିଲେ।ବିଶ୍ୱ ଯୋଗ ଦିବସ ପରିପ୍ରେକ୍ଷୀରେ ବାବା ରାମଦେବ କହିଥିଲେ ଯେ, କେବଳ ଗୋଟିଏ ଦିନ ନୁହେଁ, ପ୍ରତିଦିନ ଯୋଗାଭ୍ୟାସ କରିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରହିଥାଏ। ସମସ୍ତେ ନିୟମିତ ଯୋଗ କରି ସୁସ୍ଥ ଓ ସକାରାତ୍ମକ ଜୀବନ ବିତାଉନ୍ତୁ ବୋଲି ସେ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *