Fri. Apr 17th, 2026

ନ୍ୟୁଜ ଡେକ୍ସ: ଆମ୍‌ ଆଦମୀ ପାର୍ଟିକୁ ବଡ଼ ଝଟ୍‌କା। ନିର୍ବାଚନର ଠିକ୍‌ ପୂର୍ବରୁ ଦିଲ୍ଲୀ ବିଧାନସଭା ବାଚସ୍ପତି ଓ ଆମ୍ ଆଦ୍‌ମୀ ପାର୍ଟିର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ଏନେଇ ରାମ ନିବାସ ଗୋଏଲ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍କୁ ଲାଗିଲା ଝଟକା। ବରିଷ୍ଠ ବିଧାୟକ ନେଲେ ସନ୍ୟାସ।

ଦିଲ୍ଲୀ ବିଧାନସଭାର ବାଚସ୍ପତି ତଥା ଆପ୍ର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ ଲଢିବେନି ନିର୍ବାଚନ। ଏହା ସହ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦେଇଛନ୍ତି ଏକ ଚିଠି। ଏଥିରେ ଗୋଏଲ କହିଛନ୍ତି ଯେ, ‘ଗତ ୧୦ ବର୍ଷ ଧରି ମୁଁ ବିଧାନସଭାର ବିଧାୟକ ତଥା ବାଚସ୍ପତି ଭାବରେ ମୋର ଦାୟିତ୍ୱକୁ ପାଳନ କରିଛି। ଆପଣ ମୋତେ ସବୁବେଳେ ବହୁତ ସମ୍ମାନ ଦେଇଛନ୍ତି, ଯାହା ପାଇଁ ମୁଁ ଆପଣଙ୍କ ପାଖରେ ସର୍ବଦା କୃତଜ୍ଞ ରହିବ। ଦଳ ଏବଂ ସମସ୍ତ ବିଧାୟକ ମଧ୍ୟ ମୋତେ ବହୁତ ସମ୍ମାନ ଦେଇଛନ୍ତି। ଏଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ମୋର ବୟସ ହେତୁ ମୁଁ ରାଜନୀତିରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି।

କିନ୍ତୁ ମୁଁ ସବୁବେଳେ ଆମ୍ ଆଦମୀ ପାର୍ଟିର ସେବା ଜାରି ରଖିବି। ଆପଣ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ମୁଁ କରିବାକୁ ଚେଷ୍ଟା କରିବି।’ ସେପଟେ ଗୋଏଲଙ୍କ ଏହି ଘୋଷଣା ପରେ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁ। ଗୋଏଲ ସାହେବ ଆମ ପରିବାରର ଅଭିଭାବକ ଥିଲେ ଏବଂ ରହିବେ। ଭବିଷ୍ୟତରେ ମଧ୍ୟ ପାର୍ଟି ତାଙ୍କ ଅଭିଜ୍ଞତା ଏବଂ ସେବାର ଆବଶ୍ୟକ ପଡିବ ।

Leave a Reply

Your email address will not be published. Required fields are marked *