Wed. Jun 3rd, 2026

ନ୍ୟୁଜ ଡେକ୍ସ : କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତିଷ୍ଠିତ ଫେଲୋସିପି ପାଇଁ ତିନିଜଣ ବିଶିଷ୍ଟ ସାହିତ୍ୟିକଙ୍କ ନାମ ଘୋଷଣା କରାଯାଇଛି।

ଏକାଡେମୀର ସାଧାରଣ ପରିଷଦ ବୈଠକରେ ଗ୍ରହୀତ ନିଷ୍ପତ୍ତି କ୍ରମେ ପ୍ରଖ୍ୟାତ ଓଡ଼ିଆ ଲେଖିକା ଡ଼. ପ୍ରତିଭା ରାୟ, ସିନ୍ଧି ସାହିତ୍ୟିକ ଲକ୍ଷ୍ମୀ ଖିଲାନି ଓ ଉର୍ଦୁ ଲେଖକ ଅବଦୁସ ସମାଦଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।ସାହିତ୍ୟ ଏକାଡେମୀ ଫେଲୋସିପି ଏକାଡେମୀର ସବୁଠୁ ଉଚ୍ଚ ଓ ଗରିମାମୟ ସାହିତ୍ୟ ସ୍ୱୀକୃତି ଭାବେ ପରିଚିତ। ସାହିତ୍ୟ କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନକୁ ସ୍ୱୀକାର କରି ଏହି ସମ୍ମାନ ପ୍ରଦାନ କରାଯାଉଛି।

ଆସନ୍ତା ଦିନରେ ଏକାଡେମୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ଫେଲୋସିପି ପ୍ରଦାନ କରାଯିବ। ଏହା ସମ୍ପର୍କରେ ତାରିଖ ପରେ ଘୋଷଣା କରାଯିବ ବୋଲି ଏକାଡେମୀ ସଚିବ ପଲ୍ଲବୀ ପ୍ରଶାନ୍ତ ହୋଲକର ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *