Thu. Apr 16th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ କଳାବଜାରୀ ଓ ବେଆଇନ ମହଜୁଦକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ । ଏହି ପରିପ୍ରେକ୍ଷିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ବୈଠକରେ ଜରୁରୀ ସାମଗ୍ରୀର ଯୋଗାଣ ବ୍ୟବସ୍ଥା ନେଇ ସମୀକ୍ଷା କରାଯାଇଛି ।

ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କୌଣସି ପରିସ୍ଥିତିରେ ମଧ୍ୟ ଖାଦ୍ୟଶସ୍ୟ, ଔଷଧ, ପେଟ୍ରୋଲ ଓ ଡିଜେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ହେବାକୁ ଦିଆଯିବ ନାହିଁ । ଏହା ପାଇଁ ଯୋଗାଣ ଶୃଙ୍ଖଳାକୁ ସୁଚାରୁ ଭାବେ ଚାଲୁ ରଖିବା ସହ ନିରନ୍ତର ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।ସେହିପରି, ବଜାରରେ ଅଯଥା ଦରବୃଦ୍ଧି ଓ କୃତ୍ରିମ ଅଭାବ ସୃଷ୍ଟି କରୁଥିବା ମହଜୁଦକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଯଦି ମୁଖ୍ୟ ରାସ୍ତାଘାଟରେ କୌଣସି ବାଧାବିଘ୍ନ ସୃଷ୍ଟି ହୁଏ, ତେବେ ବିକଳ୍ପ ପରିବହନ ମାର୍ଗ ଓ ସାମୟିକ ଗୋଦାମ ଘର ପ୍ରସ୍ତୁତ ରଖିବାକୁ ଯୋଜନା କରାଯାଇଛି । ଜିଲ୍ଲା ସ୍ତରରେ ଜରୁରୀକାଳୀନ ପରିସ୍ଥିତିକୁ ସମ୍ମୁଖୀନ କରିବା ପାଇଁ ସ୍ୱତନ୍ତ୍ର ଟିମ୍‌ଗୁଡ଼ିକୁ ସକ୍ରିୟ କରାଯାଇଛି ।ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରଶାସନ ସବୁବେଳେ ସତର୍କ ଓ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *