Thu. Apr 16th, 2026

ନ୍ୟୁଜ ଡେକ୍ସ: ପ୍ରେମିକା ସୋଲମୀଙ୍କ ମୃତ୍ୟୁର ଦେଢ଼ ମାସ ପରେ ସୋସିଆଲ ମିଡିଆ ବ୍ଲଗର ଲବ ହାଁସଦା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି। ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରି ଲବ ସୋଲମୀଙ୍କ ମୃତ୍ୟୁ ସମ୍ପର୍କରେ ନିଜର ବୟାନ ରଖିଛନ୍ତି। ତେବେ ସୋଲମୀଙ୍କ ସହ ତାଙ୍କର ସମ୍ପର୍କ କ’ଣ ଥିଲା ତାହା ସ୍ପଷ୍ଟ କରିନାହାନ୍ତି।

ଭିଡିଓରେ ଲବ କହିଛନ୍ତି, “ମୁଁ ସୋଲମୀଙ୍କୁ କୌଣସି ନିର୍ଯାତନା ଦେଇନି। ମୋ ବିଷୟରେ ସେ ସବୁ ଜାଣିଥିଲେ। ମୁଁ ଏପରି କିଛି ଭୁଲ୍ କରିନି ଯେଉଁଥି ପାଇଁ ଜଣକର ଜୀବନ ଚାଲିଯିବ। ସତ ଦିନେ ନା ଦିନେ ସାମ୍ନାକୁ ଆସିବ।”ଲବ ଆହୁରି କହିଛନ୍ତି, “ମୋ ଜୀବନରେ ଏମିତି ଦିନ ଆସିବ କି ଏପରି ଭିଡିଓ କରିବାକୁ ପଡ଼ିବ ବୋଲି ମୁଁ କେବେ ଭାବିନଥିଲି । ପୋଲିସକୁ ତଦନ୍ତରେ ସାହାଯ୍ୟ କରୁଛି । ମୁଁ ସୋଲମୀଙ୍କୁ କେବେ ନିର୍ଯାତନା ଦେଇନାହିଁ । ମୁଁ ଏମିତି କିଛି କରିନି ଯେଉଁଥିପାଇଁ କାହାର ଜୀବନ ଚାଲିଯିବ । ମୁଁ ଏତେ ବି ଖରାପ ନୁହେଁ ।”ସୂଚନାଯୋଗ୍ୟ, ଲବଙ୍କ ବାନ୍ଧବୀ ସୋଲମୀ ମୁର୍ମୁ ଜଣେ ବାଇକ ରାଇଡର । ତାଙ୍କ ଘର ବିହାରରେ ହୋଇଥିବାବେଳେ ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ ।

ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ହେଲେ ଗତ ମେ ମାସରେ ସେ ଆତ୍ମହତ୍ୟା କରିଥିଲେ ସୋଲମୀ । ଯେଉଁଥିପାଇଁ ଲବଙ୍କୁ ଦାୟୀ କରି ଥାନାରେ ଅଭିଯୋଗ କରିଥିଲେ ପରିବାରଲୋକେ । ଏହାପରେ ଲବ ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ଝିଅ ଥିବା କଥା ସାମନାକୁ ଆସିଥିଲା । ଏନେଇ ମାସେରୁ ଉର୍ଦ୍ଧ୍ୱ ସମୟ ଧରି ବିବାଦ ଲାଗି ରହିଥିବାବେଳେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଲବ ।

Leave a Reply

Your email address will not be published. Required fields are marked *