Mon. Dec 23rd, 2024

ନ୍ୟୁଜ ଡେକ୍ସ: ଶିକ୍ଷକତାରୁ ରାଜନୀତି ମୈଦାନକୁ ଏଣ୍ଟ୍ରୀ । ୟୁପିଏସସି ପିଲାଙ୍କୁ କୋଚିଂ ଦେଉଥିଲେ । ଏପେ ଆପ୍ ନେତା ହେଲେ । ପଲିଟିକ୍ସରେ ଏଣ୍ଟ୍ରି ମାରିଛନ୍ତି ୟୁପିଏସସି ଗୁରୁ ଅବଧ ଓଝା । ଆସନ୍ତାବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାରି ଭିତରେ ଦଳମାନଙ୍କର ମିଶ୍ରଣ ପର୍ବ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଆପରେ ଯୋଗ ଦେଇଛନ୍ତି ବିଶିଷ୍ଟ ଶିକ୍ଷକ ଅବଧ ଓଝା ।

ଦେଶର ଏକାଧିକ ଖ୍ୟାତିସମ୍ପନ୍ନ ଶିକ୍ଷକମାନଙ୍କ ମଧ୍ୟରୁ ଅବଧ ଓଝା ହେଉଛନ୍ତି ଅନ୍ୟତମ। ସେ UPSC ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କୁ ପାଠ ପଢାନ୍ତି। ଏହାବ୍ୟତୀତ ୟୁଟ୍ୟୁବ୍ ମାଧ୍ୟମରେ ଶିକ୍ଷାଦାନ କରିବା ସହ ଜଣେ ମୋଟିଭେସନାଲ ସ୍ପିକର ଭାବେ ମଧ୍ୟ ଜଣାଶୁଣା। ସମଗ୍ର ଦେଶରେ, ବିଶେଷକରି ଯୁବପିଢିଙ୍କ ମଧ୍ୟରେ ଖୁବ୍ ପରିଚିତ ଅବଧ ଓଝା।ବିଶିଷ୍ଟ ଶିକ୍ଷକ ଓ ମୋଟିଭେସନାଲ ସ୍ପିକର ଅବଧ ଓଝା ରାଜନୀତି କ୍ଲାସରେ ପ୍ରବେଶ କରିଛନ୍ତି । ଏବେ ଆପ୍ ନେତା ହୋଇଛନ୍ତି ଅବଧ ଓଝା । ଅନଲାଇନରେ ୟୁପିଏସସି ପିଲାଙ୍କୁ ଦେଉଥିଲେ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି । ଓଝା ସାର ନାମରେ ପ୍ରସିଦ୍ଧ ଅବଧଙ୍କ ପାଖରେ ପ୍ରାୟ ୧୧କୋଟି ଟଙ୍କାର ସମ୍ପତ୍ତି ଅଛି । ୟୁଟ୍ୟୁବ ଚ୍ୟାନେଲ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ତାଙ୍କର ଏହି ରୋଜଗାର ।ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ତାଙ୍କ ଘର ।

ୟୁପିଏସସି ପରୀକ୍ଷାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପରେ ସେ ଆହ୍ଲାବାଦର କୋଚିଂ ସେଣ୍ଟରରେ ଶିକ୍ଷାଦାନ ଆରମ୍ଭ କରିଥିଲେ । ଦିଲ୍ଲୀର ଅନେକ ନାମିଦାମୀ ଆଇଏଏଶ କୋଚିଂ ସେଣ୍ଟରରେ ଶିକ୍ଷାଦାନ କରିଛନ୍ତି । ୨୦୧୯ରେ ମହରାଷ୍ଟ୍ର ପୁଣେରେ ଆଇକ୍ୟୁଆରଏ ଆଇଏଏସ ଏକାଡେମୀ ପ୍ରତିଷ୍ଠା କରିଥିଲେ ।ଦିଲ୍ଲୀ ବିଧାନସଭା ନିର୍ବାଚନ ନିକଟ ହେଉଥିବାରୁ ଆପ୍ ଟିକେଟରେ ଅବଧ ଓଝା ନିର୍ବାଚନ ଲଢିପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ସେ ମନୀଷ ସିସୋଦିଆଙ୍କ ଆସନରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *