Fri. Apr 17th, 2026

ନ୍ୟୁଜ ଡେକ୍ସ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବ? ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ହେବାର ଏକ ସପ୍ତାହ ପରେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ବିବାଦ। ଏହାରି ଭିତରେ ନିଜ ଗାଁକୁ ଚାଲି ଯାଇଛନ୍ତି ଏକନାଥ ସିନ୍ଦେ। ତେବେ ଅସନ୍ତୁଷ୍ଟ ହୋଇ ସତାରା ଜିଲ୍ଲାରେ ଥିବା ନିଜ ପୈତୃକ ଗାଁକୁ ଚାଲିଥିବା ଅଭିଯୋଗ ହୋଇଛି।

ଏହି ଅଭିଯୋଗକୁ ଏବେ ଶିବସେନା ଖଣ୍ଡନ କରିଛି। ଅସନ୍ତୁଷ୍ଟ ହୋଇ ସତାରା ଜିଲ୍ଲାରେ ଥିବା ପୈତୃକ ବାସଭବନକୁ ଚାଲିଯାଇଥିବା ଚର୍ଚ୍ଚା ହୋଇଥିଲା ମାତ୍ର ଏହା ପଛର କାରଣ ଜଣାପଡିଛି । ଏକନାଥ ସିନ୍ଦେ ଅସୁସ୍ଥ ଅଛନ୍ତି । ତାଙ୍କୁ ଥଣ୍ଡା ଜ୍ବର ହୋଇଛି । ଏ ନେଇ ସେ ତାଙ୍କ ଗାଁକୁ ଯାଇଛନ୍ତି । ଗୁରୁବାର ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ସେ ଅସୁସ୍ଥ ହୋଇଥିଲେ ।

ତେଣୁ ସେ ଗାଁକୁ ଚାଲିଯାଇଥିବା କହିଛନ୍ତି ଶିବସେନା ନେତା ସଞ୍ଜୟ ଶିରସାଟ । ସେ ଆହୁରି କହିଛନ୍ତି,ଏକନାଥ ସିନ୍ଦେଙ୍କୁ ଯେତେବେଳେ କିଛି ବଡ ନିଷ୍ପତ୍ତି ନେବାର ଥାଏ ଗାଁକୁ ଚାଲିଯାଆନ୍ତି । ଆଜି ସଂଧ୍ୟାରେ କିଛି ବଡ ନିଷ୍ପତ୍ତି ଆସିପାରେ । ଏହ ସହିତ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଆଜି ଘୋଷଣା ହୋଇପାରେ ବୋଲି କହିଛନ୍ତି ଶିବସେନା ନେତା ।

Leave a Reply

Your email address will not be published. Required fields are marked *