Sat. Feb 21st, 2026

ନ୍ୟୁଜ ଡେକ୍ସ: ବାପା-ମା’ଙ୍କୁ ଆଜୀବନ କାରାଦଣ୍ଡ । କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଆଡହକ ଫାଷ୍ଟଟ୍ରାକ୍ କୋର୍ଟ । ନାବାଳିକା ଗର୍ଭବତୀ ଝିଅକୁ ନିଜ ବାପା-ମା’ ପୋଡ଼ି ମାରିଦେଇଥିଲେ ।

ସୂଚନାନୁଯାୟୀ, ୨୦୧୬ ମସିହା ଫେବୃଆରୀ ୧୪ ତାରିଖରେ ଯାଜପୁର ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ୧୫ବର୍ଷର ନାବାଳିକା ଗର୍ଭବତୀ ଝିଅକୁ ନିଜ ବାପା-ମା ପୋଡ଼ି ମାରିଦେବା ସହ ପ୍ରମାଣ ନଷ୍ଟ କରିଦେଇଥିଲେ। ଏହି ମାମଲାରେ ମୃତ ନାବାଳିକାଙ୍କ ବାପା-ମାଙ୍କୁ ଯାଜପୁର ଆଡହକ୍ ଫାଷ୍ଟଟ୍ରାକ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।

ମାମଲାରେ ୩୦ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଅଭିଯୁକ୍ତ ବାପା ନକୁଳ ଜେନା ଓ ମା’ ସଞ୍ଜୁ ଜେନାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଏ ନେଇ ସରକାରୀ ଓକିଲ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *