ନ୍ୟୁଜ ଡେକ୍ସ: ଆସନ୍ତା ଡିସେମ୍ବର ୨୮ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଡିସେମ୍ବର ୨୮ ରାତି ୧୦ଟା ସମୟରେ ଭୁବନେଶ୍ୱରରେ ପହଞ୍ଚିବେ।
ଏବଂ ତା’ ପରଦିନ ଫେରିଯିବେ ବୋଲି ପାର୍ଟି ଷ୍ଟେଟ ୟୁନିଟ୍ ଇନଚାର୍ଜ ବିଜୟପାଲ ସିଂ ତୋମାର ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନେଇ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି।
ଏହି ବୈଠକରେ ସବୁ ରାଜ୍ୟର ସଭାପତି, ସଙ୍ଗଠନ ମହାମନ୍ତ୍ରୀ, ପ୍ରଭାରୀ, ସହ ପ୍ରଭାରୀ ଓ ରାଷ୍ଟ୍ରୀୟ ପଦାଧିକାରୀମାନେ ଉପସ୍ଥିତ ରହିବେ। ତେବେ ଅମିତ ଶାହଙ୍କର ସମ୍ବଲପୁର ଗସ୍ତ ନାହିଁ ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର।
