ନ୍ୟୁଜ ଡେକ୍ସ : ବିଶ୍ୱ ରାଜନୀତିରେ ଏବେ ଗଣନା ଆରମ୍ଭ ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଚମତ୍କାରୀ ଓ ଭୟଭୀତ କରିଦେବା ଚେତାବନୀ ପରେ ପରିସ୍ଥିତି ହୋଇଯାଇଛି ତିବ୍ର। ସୋସିଆଲ ମିଡିଆରେ ତାଙ୍କର ଏକ ପୋଷ୍ଟ “୪୮ ଘଣ୍ଟା ପରେ ନର୍କର ବର୍ଷା” ସମସ୍ତଙ୍କୁ ଆତଙ୍କିତ କରିଛି।ଏହା କେବଳ ଏକ ଚେତାବନୀ ନୁହେଁ, ବରଂ ଏକ ଗୁପ୍ତ ସଙ୍କେତ ବୋଲି ମନେ କରାଯାଉଛି।
ହର୍ମୁଜ୍ ପ୍ରଣାଳୀକୁ ଖୋଲିବା ପାଇଁ ଇରାନକୁ ଦିଆଯାଇଥିବା ୧୦ ଦିନର ସମୟସୀମା ଏବେ ଶେଷ ପଥରେ। ସେହି ସମୟସୀମା ସମାପ୍ତ ହେବା ପୂର୍ବରୁ ଏହି ଚେତାବନୀ ଆସିବା ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି।ଏପଟେ ଯୁଦ୍ଧ ମଞ୍ଚରୁ ଆସୁଥିବା ଖବର ଆଉ ଭୟଙ୍କର। ଇରାନ ଦ୍ୱାରା ଆମେରିକୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦିଆଯିବା ଘଟଣା ପରିସ୍ଥିତିକୁ ଆହୁରି ତୀବ୍ର କରିଛି। ଜଣେ ପାଇଲଟ୍ ଉଦ୍ଧାର ହୋଇଥିବା ବେଳେ, ଅନ୍ୟ ଜଣଙ୍କ ଖୋଜ ଚାଲିଛି । ଏହା ଯୁଦ୍ଧର ଅନିଶ୍ଚିତତାକୁ ସ୍ପଷ୍ଟ କରୁଛି। ଇରାନର ପକ୍ଷରୁ ମଧ୍ୟ ସୂଚନା ଆସୁଛି ଯେ ସେମାନେ ଆମେରିକାର ଆଉ ଏକ ବିମାନକୁ କ୍ଷତି ପହଞ୍ଚାଇଛନ୍ତି। ଏହା ଦେଖାଉଛି ଯେ ପ୍ରତିକ୍ରିୟା ଦେବାରେ ଇରାନ କୌଣସି ପଛପା ନେବାକୁ ପ୍ରସ୍ତୁତ ନୁହେଁ।
ଏହି ସମୟରେ ଆମେରିକା ଭିତରେ ମଧ୍ୟ ଚିନ୍ତା ବଢ଼ୁଛି। କିଛି ନେତା ଏହି ନିଷ୍ପତ୍ତିକୁ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ସହଯୋଗୀମାନଙ୍କ ସହ ଆଲୋଚନା ବିନା ଏମିତି ପଦକ୍ଷେପ ନିଆଯିବାକୁ ଅନେକେ ଭୁଲ ବୋଲି ମନେ କରୁଛନ୍ତି।ଏବେ ପ୍ରଶ୍ନ ହେଉଛି—ଆଗାମୀ ୪୮ ଘଣ୍ଟାରେ କଣ ଘଟିବ? ଟ୍ରମ୍ପଙ୍କ “ନର୍କର ବର୍ଷା” କେବଳ ଏକ ଭୟଦେବା କଥା, ନା କି ଆସୁଛି ଏକ ଭୟଙ୍କର ଆକ୍ରମଣ?ସମୟ ଧୀରେ ଧୀରେ ଶେଷ ହେଉଛି… ଏବଂ ସାରା ବିଶ୍ୱ ଆଖି ରଖିଛି ସେହି ଗଣନାର ଶେଷ ମୁହୂର୍ତ୍ତ ଉପରେ।

