Tue. Jul 7th, 2026

ନ୍ୟୁଜ ଡେକ୍ସ : ଲଗାଣ ବର୍ଷା ପ୍ରଭାବରେ ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବଢ଼ୁଥିବାବେଳେ ହୀରାକୁଦ ଜଳଭଣ୍ଡାରକୁ ମଧ୍ୟ ବ୍ୟାପକ ପରିମାଣରେ ପାଣି ପ୍ରବେଶ କରୁଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୯ ଜୁଲାଇ ଦିନ ସକାଳ ୧୧ଟାରେ ହୀରାକୁଦ ବନ୍ଧର ପ୍ରଥମ ଗେଟ୍‌ ଖୋଲାଯିବ। ଏହା ସହିତ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ନିୟନ୍ତ୍ରିତ ଭାବେ ଛଡ଼ାଯିବ।ଗତ କିଛି ଦିନ ଧରି ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ହେବାରୁ ବିପୁଳ ପରିମାଣର ପାଣି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି।

ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ବନ୍ଧ କର୍ତ୍ତୃପକ୍ଷ ପରିସ୍ଥିତିର ସମୀକ୍ଷା କରି ପ୍ରଥମ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।ଗେଟ୍‌ ଖୋଲାଯିବା ପରେ ମହାନଦୀର ତଳମୁଣ୍ଡ ଅଞ୍ଚଳରେ ଜଳସ୍ତର ବଢ଼ିବାର ସମ୍ଭାବନା ଥିବାରୁ ନଦୀକୂଳବର୍ତ୍ତୀ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି। ସେହିପରି ଜଳ ସମ୍ପଦ ବିଭାଗ ତଳିଆ ଅଞ୍ଚଳର ସ୍ଥିତି ଉପରେ କଡ଼ା ନଜର ରଖିଥିବାବେଳେ ଆବଶ୍ୟକ ସ୍ଥାନରେ ପୂର୍ବ ପ୍ରସ୍ତୁତି ମଧ୍ୟ ଜୋରଦାର କରାଯାଇଛି।

ପ୍ରତିବର୍ଷ ବର୍ଷା ଋତୁରେ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନକୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଏ। ଚଳିତ ବର୍ଷ ମଧ୍ୟ ବର୍ଷାର ତୀବ୍ରତା ଏବଂ ଜଳଭଣ୍ଡାରକୁ ବଢ଼ୁଥିବା ପାଣି ପ୍ରବାହକୁ ଦୃଷ୍ଟିରେ ରଖି ନିୟନ୍ତ୍ରିତ ଭାବେ ବନ୍ୟାଜଳ ନିଷ୍କାସନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

Leave a Reply

Your email address will not be published. Required fields are marked *