Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଶୀତ ସାମନ୍ୟ କମିଥିବା ବେଳେ ଘନ କୁହୁଡ଼ି ଲୋକଙ୍କୁ ନାକେଦମ କରିଛି। କୁହୁଡ଼ିର ପ୍ରଭାବ ଏପରି ରହିଛି ଯେ ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତାଘାଟ ସ୍ପଷ୍ଟ ଦିଶୁନାହିଁ। ଯାତାୟାତରେ ବିଘ୍ନ ସୃଷ୍ଟି ହେଉଥିବା ବେଳେ ଦୁର୍ଘଟଣାର ଆଶଙ୍କା ବଢ଼ିଛି।ଆଜି ସକାଳୁ ରାଜଧାନୀ ଭୁବନେଶ୍ବର ସମେତ ନୟାଗଡ଼ ଓ ପାରାଦୀପରେ ଅତ୍ୟଧିକ ଘନ କୁହୁଡ଼ି ଦେଖାଦେଇଛି।

ଏହି ସମୟରେ ଭିଜିବିଲିଟି ୫୦ ମିଟରରୁ ବି କମ ରହିଥିବା ସୂଚନା ମିଳିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ିର ପ୍ରଭାବ ଜାରି ରହିବ।ଆସନ୍ତାକାଲି ପୁରୀ, ଖୋର୍ଦ୍ଧା, କଟକ ଓ ନୟାଗଡ଼ ଜିଲ୍ଲାରେ ଅତି ଘନ କୁହୁଡ଼ିକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି। ପାଣିପାଗ ବିଭାଗ ଲୋକଙ୍କୁ ସତର୍କ ରହିବା ସହ ସକାଳେ ଯାତ୍ରା କରିବାବେଳେ ସାବଧାନତା ଅବଳମ୍ବନ କରିବାକୁ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *