Sun. Feb 22nd, 2026

ନ୍ୟୁଜ ଡେକ୍ସ : ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଘଟଣା ନେଇ ତୀବ୍ର ଚର୍ଚ୍ଚା ସୃଷ୍ଟି ହୋଇଛି। ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଜଣେ ଜାପାନୀ ପର୍ଯ୍ୟଟକ ମନ୍ଦିର ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି। ଓଡ଼ିଆ ଦୁଇଜଣ ବ୍ୟକ୍ତିଙ୍କ ସାହାଯ୍ୟରେ ସେ ମନ୍ଦିର ଭିତରକୁ ଯାଇଥିବା ଜଣାପଡ଼ିଛି।ଘଟଣାଟି ପ୍ରକାଶ ପାଇବା ପରେ ସେବାୟତ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି।

ଖବର ଅନୁସାରେ, ଜଣେ ସେବାୟତ ମନ୍ଦିର ଭିତରେ ଜାପାନୀ ପର୍ଯ୍ୟଟକଙ୍କୁ ଧରିଥିଲେ। ଏହାପରେ ମନ୍ଦିର ପ୍ରଶାସନ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଇ ଜାପାନୀ ପର୍ଯ୍ୟଟକଙ୍କୁ ମନ୍ଦିରକୁ ନେଇଥିବା ଦୁଇ ଜଣ ଓଡ଼ିଆଙ୍କୁ ଅଟକ ରଖିଛି।ବର୍ତ୍ତମାନ ମନ୍ଦିର ପ୍ରଶାସନ ଓ ପୋଲିସ ଦୁଇ ଜଣ ଓଡ଼ିଆଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।

କେଉଁ ଉଦ୍ଦେଶ୍ୟରେ ଜାପାନୀ ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଯାଇଥିଲା, ସେନେଇ ପୋଲିସ ଛାନଭିନ ଚଳାଇଛି। ଜାପାନୀ ପର୍ଯ୍ୟଟକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।ପଚରାଉଚରା ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *