Sun. Apr 19th, 2026

ନ୍ୟୁଜ ଡେକ୍ସ : ଆସନ୍ତାକାଲି କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଅଖିମୁଠି ଅନୁକୂଳ’ କରି ଖରିଫ ଚାଷ ଋତୁର ଶୁଭାରମ୍ଭ କରିବେ। ବିଦ୍ୟାଧରପୁରସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ସକାଳ ୮.୪୫ରେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିବେ ଓ ୯.୧୦ରୁ ୯.୪୦ ପର୍ଯ୍ୟନ୍ତ ଅଖିମୁଠି ଅନୁକୂଳ ପୂଜା ଅନୁଷ୍ଠିତ ହେବ।ଏହି ଅବସରରେ କୃଷି ପ୍ରଦର୍ଶନୀ ଉଦ୍‌ଘାଟନ ସହିତ ଏକ ସଭାର ଆୟୋଜନ ହେବ।

ଉପମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବ ଓ ଏନ୍‌ଆର୍‌ଆର୍‌ଆଇ ନିର୍ଦ୍ଦେଶକ ସହିତ ଅନେକ ଅତିଥି ଏଥିରେ ଯୋଗଦେବେ। ବଡ଼ମ୍ବା ଅଞ୍ଚଳର ଆଖୁ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବେ।ସଭା ପରେ ‘କୃଷି ରଥ’କୁ ପତାକା ଦେଖାଇ ଶୁଭାରମ୍ଭ କରାଯିବ ଓ ବିହନ ବୁଣା କାର୍ଯ୍ୟକ୍ରମ ମଧ୍ୟ ହେବ। କିନ୍ତୁ ଅନେକ ଅଞ୍ଚଳରେ ସରକାରୀ ବିହନ ଏପର୍ଯ୍ୟନ୍ତ ଚାଷୀଙ୍କ ପାଖକୁ ପହଞ୍ଚି ପାରିନଥିବାରୁ ଅସନ୍ତୋଷ ଦେଖାଯାଇଛି।

କୃଷି ଅଧିକାରୀଙ୍କ ପାଖରେ ବିହନ ମଜୁତ ଥିଲେ ମଧ୍ୟ ବଣ୍ଟନରେ ବିଳମ୍ବ ହେଉଛି।ଅକ୍ଷୟ ତୃତୀୟା ପରେ ସାଧାରଣତଃ ବିହନ ବୁଣା ଆରମ୍ଭ ହୁଏ। ତେବେ ବିହନ ନ ମିଳିଲେ ଚାଷ କେମିତି ଆରମ୍ଭ ହେବ ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି। ଏବେ ସମସ୍ତଙ୍କ ନଜର ରହିଛି, ଉତ୍ସବ ସହିତ ସରକାର କେତେ ଶୀଘ୍ର ଚାଷୀଙ୍କ ସମସ୍ୟା ସମାଧାନ କରିପାରିବ।

Leave a Reply

Your email address will not be published. Required fields are marked *