Sat. Feb 21st, 2026

ନ୍ୟୁଜ ଡେକ୍ସ : ମହିଳା ପ୍ରିମିୟର ଲିଗ୍ (WPL) 2026 ର ରୋମାଞ୍ଚକର ଆରମ୍ଭ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମହିଳା ଦଳ ମଧ୍ୟରେ ହୋଇଥିବା ଉଦଘାଟନୀ ମୁକାବିଲା ସହ। ଦର୍ଶକଙ୍କୁ ଶ୍ୱାସରୋଧକ ମୁହୂର୍ତ୍ତ ଦେଇଥିବା ଏହି ମ୍ୟାଚ୍‌ରେ RCB ଏକ ରୋମାଞ୍ଚକର ବିଜୟ ହାସଲ କରିଥିବା ବେଳେ, MI ଅଧିନାୟକ ହରମନପ୍ରୀତ କୌର ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି।

ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୫୭ ରନ ସଂଗ୍ରହ କରିଥିଲା। ହରମନପ୍ରୀତ କୌର ୧୭ ବଲରୁ ୨୦ ରନ କରି ଏକ ଛୋଟ କିନ୍ତୁ ମୂଲ୍ୟବାନ ଇନିଂସ୍ ଖେଳିଥିଲେ। ଏହି ଇନିଂସ୍ ସହିତ ସେ WPL ଇତିହାସରେ ସର୍ବାଧିକ ରନ କରିଥିବା ଭାରତୀୟ ଖେଳାଳି ହେବାର ଗୌରବ ହାସଲ କରିଛନ୍ତି।ବର୍ତ୍ତମାନ ହରମନପ୍ରୀତଙ୍କ ନାମରେ WPLରେ ମୋଟ ୮୭୧ ରନ ରହିଛି, ଯାହା ସହ ସେ ଶେଫାଲି ବର୍ମା (୮୬୫ ରନ)ଙ୍କୁ ପଛେ ପକାଇ ଦେଇଛନ୍ତି। ସାମଗ୍ରିକ ଭାବେ ସେ WPL ଇତିହାସରେ ସର୍ବାଧିକ ରନ ସଂଗ୍ରହକାରୀ ତାଲିକାରେ ନାଟ୍ ସାଇଭର-ବ୍ରଣ୍ଟ, ଏଲିସ୍ ପେରି ଓ ମେଗ୍ ଲାନିଙ୍ଗ୍ ପରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଅନ୍ୟପଟେ, ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବେ ସିଜିନର ପରବର୍ତ୍ତୀ ମ୍ୟାଚ୍‌ରେ ତିନିଥର ଫାଇନାଲିଷ୍ଟ ଦିଲ୍ଲୀ କ୍ୟାପିଟାଲ୍ସ ମହିଳା ଦଳ ସହ ମୁକାବିଲା କରିବ।

ଜାନୁଆରୀ ୧୦ ତାରିଖରେ ନଭି ମୁମ୍ବାଇ ସ୍ଥିତ ଡକ୍ଟର ଡିୱାଇ ପାଟିଲ୍ ସ୍ପୋର୍ଟ୍ସ ଏକାଡେମୀରେ ଏହି ମୁକାବିଲା ହେବ।ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହା ସିଜିନର ପ୍ରଥମ ମ୍ୟାଚ୍ ହେବ। ଏଥିବାର ଦଳର ନେତୃତ୍ୱ ନେଉଛନ୍ତି ଷ୍ଟାର ଭାରତୀୟ ବ୍ୟାଟ୍ସମ୍ୟାନ୍ ଜେମିମା ରୋଡ୍ରିଗ୍ସ। ପୂର୍ବରୁ ମେଗ୍ ଲାନିଙ୍ଗ୍‌ଙ୍କ ନେତୃତ୍ୱରେ ଦଳ ତିନିଥର ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଟ୍ରଫି ହାସଲ କରିପାରିନଥିଲା। ୨୦୨୬ ସିଜିନରେ ଦିଲ୍ଲୀ ଦଳ ନୂଆ ଆଶା ଓ ନୂଆ ରଣନୀତି ସହ ଟାଇଟଲ୍ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ।

Leave a Reply

Your email address will not be published. Required fields are marked *