ନ୍ୟୁଜ ଡେସ୍କ: ଭାରତର ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଗୋଟିଏ ଟେଷ୍ଟରେ ଖେଳି ନ ପାରନ୍ତି । ରୋହିତ ବ୍ୟକ୍ତିଗତ କାରଣ ଦର୍ଶାଇ ବିସିିସିଆଇକୁ ଏ ନେଇ ପତ୍ର ମଧ୍ୟ ଲେଖିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ୨ଟି ଟେଷ୍ଟରୁ ଗୋଟିକରେ ଖେଳି ନ ପାରନ୍ତି । ମିଳିଥିବା ସୂଚନା ଅନୁସାରେ, ୩୭ ବର୍ଷୀୟ ରୋହିତ ଶର୍ମା ଏବେ ନିଜର କୌଣସି ବ୍ୟକ୍ତିଗତ କାମ ସମାଧାନ କରୁଛନ୍ତି।
ଯଦି ନଭେମ୍ବର ୨୨ ବେଳକୁ ଏହି କାମ ଶେଷ ହୋଇ ନଥିବ, ତା’ହେଲେ ସେ ପର୍ଥ ଟେଷ୍ଟରେ ଉପଲବ୍ଧ ହେବେ ନାହିଁ। ଏ ସମ୍ପର୍କରେ ସେ ଅନଔପଚାରିକ ଭାବେ ବିସିସିସିଆଇକୁ ଅବଗତ କରାଇଛନ୍ତି। କିନ୍ତୁ ବିଧିବଦ୍ଧ ଭାବେ ସେ ଏକଥା ଜଣାଇ ନାହାନ୍ତି।ଟି-୨୦ରୁ ଅବସର ନେଇ ସାରିଥିବା ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପରେ ଏବେ ଛୁଟି କାଟୁଛନ୍ତି। ସେ ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ଟିକିଆ ଟେଷ୍ଟ ସିରିଜ ବେଳକୁ ଫେରିବେ।
ଏହି ସିରିଜ ପରେ ଭାରତ ୫ ଟିକିଆ ବର୍ଡର ଗାଭାସ୍କର ଟ୍ରଫି ଖେଳିବାକୁ ଅଷ୍ଟ୍ରେଲିଆ ଯିବ। ପ୍ରଥମ ଟେଷ୍ଟ ୨୨ରୁ ଆରମ୍ଭ ହେବାକୁ ଥିବା ବେଳେ ଆଡିଲେଡରେ ଡିସେମ୍ବର ୬ରୁ ଦିବାରାତ୍ର ଟେଷ୍ଟ ଅନୁଷ୍ଠିତ ହେବ।ଡିସେମ୍ବର ୧୪ରେ ଗାବାରେ ତୃତୀୟ ଟେଷ୍ଟ ଖେଳାଯିବ। ଏହା ବକ୍ସିଂ ଟେଷ୍ଟ ଭାବେ ଆୟୋଜନ ହେବ। ଡିସେମ୍ବର ୨୬ରେ ମେଲବର୍ଣ୍ଣ ଓ ଜାନୁଆରୀ ୩ରୁ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅନ୍ତିମ ଟେଷ୍ଟ ଅନୁଷ୍ଠିତ ହେବ।