Sun. Feb 22nd, 2026

ନ୍ୟୁଜ ଡେକ୍ସ : ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ (ଏନବିଇଏମଏସ୍) ପକ୍ଷରୁ ନିଟ୍-ଏମଡିଏସ୍ ୨୦୨୬ ଏବଂ ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଆଧିକାରିକ ଭାବେ ଘୋଷଣା କରାଯାଇଛି।ଏନବିଇଏମଏସ୍ ଜାରି କରିଥିବା ସୂଚନା ଅନୁଯାୟୀ, ନିଟ୍-ଏମଡିଏସ୍ ୨୦୨୬ ପରୀକ୍ଷା ମେ ମାସ ୨ ତାରିଖରେ ଆୟୋଜିତ ହେବ।

ସେହିପରି, ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ଅଗଷ୍ଟ ୩୦ ତାରିଖରେ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବ ରହିଛି।ସେହିପରି, ଏନବିଇଏମଏସ୍ ପକ୍ଷରୁ ଇଣ୍ଟର୍ନସିପ୍ ସମାପ୍ତି ପାଇଁ କଟ୍-ଅଫ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ନିଟ୍-ଏମଡିଏସ୍ ୨୦୨୬ ପାଇଁ କମ୍ପଲିସନ୍ ଅଫ୍ ଇଣ୍ଟର୍ନସିପ୍ କଟ୍-ଅଫ୍ ଡେଟ୍ ମେ ୩୧, ୨୦୨୬ ଓ ନିଟ୍-ପିଜି ୨୦୨୬ ପାଇଁ ସେପ୍ଟେମ୍ବର ୩୦, ୨୦୨୬ ରଖାଯାଇଛି।ଏହି ତାରିଖ ଭିତରେ ସମସ୍ତ ଆବେଦକ ଛାତ୍ରଛାତ୍ରୀମାନେ ନିଜ ଇଣ୍ଟର୍ନସିପ୍ ସମାପ୍ତ କରିବାକୁ ପଡିବ। ନଚେତ୍ ସେମାନେ ପରୀକ୍ଷାରେ ଅଯୋଗ୍ୟ ଘୋଷିତ ହେବେ।

ଏନବିଇଏମଏସ୍ ପକ୍ଷରୁ ଜାରି ହୋଇଥିବା ଏହି ଘୋଷଣା ପରେ ଦେଶବ୍ୟାପୀ ହଜାର ହଜାର ଡାକ୍ତରୀ ଆଶାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଯାଇଛି।ଉଲ୍ଲେଖଯୋଗ୍ୟ ଯେ, ନିଟ୍-ଏମଡିଏସ୍ ଓ ନିଟ୍-ପିଜି – ଦୁଇଟି ପରୀକ୍ଷା କମ୍ପ୍ୟୁଟର-ଆଧାରିତ (CBT) ପ୍ରଣାଳୀରେ ଅନୁଷ୍ଠିତ ହେବ ବୋଲି ଏନବିଇଏମଏସ୍ ସ୍ପଷ୍ଟ କରିଛି।ପରୀକ୍ଷା ସମ୍ପର୍କିତ ଆବେଦନ, ଆଡମିଟ୍ କାର୍ଡ, ସିଟି ସ୍ଲିପ୍ ଓ ଫଳାଫଳ ତାରିଖ ସମ୍ପର୍କରେ ସୂଚନା ପରେ ଏନବିଇଏମଏସ୍ ତାଙ୍କର ଆଧିକାରିକ ୱେବସାଇଟ୍‌ରେ ପ୍ରକାଶ କରିବ ବୋଲି ଜଣାଇଛି।

Leave a Reply

Your email address will not be published. Required fields are marked *