Sat. Apr 18th, 2026

ନ୍ୟୁଜ ଡେକ୍ସ :ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଦିଆଯାଇଥିବା ଧର୍ମଘଟ ଡାକରାକୁ ପ୍ରତ୍ୟାହାର କରାଯାଇଛି। ସଂଘର ଏକ ଜରୁରୀ ବୈଠକ ପରେ ଏହି ସିଦ୍ଧାନ୍ତ ଘୋଷଣା କରାଯାଇଛି।ମୁଖ୍ୟମନ୍ତ୍ରୀ ବସ୍‌ ସେବାର ସଂପ୍ରସାରଣକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା।

ଏହାକୁ ନେଇ ରାଜ୍ୟରେ ବସ୍ ସେବା ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା।ସୂଚନା ଅନୁଯାୟୀ, ଶୁକ୍ରବାର ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ପରିବହନ ସଚିବ ଓ ପରିବହନ କମିଶନରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ପ୍ରତିନିଧିମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଆଲୋଚନାରେ ସକାରାତ୍ମକ ପରିବେଶ ସୃଷ୍ଟି ହେବା ପରେ ସଂଘ ପକ୍ଷରୁ ଧର୍ମଘଟରୁ ଓହରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଫଳରେ ରାଜ୍ୟରେ ସାଧାରଣ ଯାତାୟାତ ସ୍ବାଭାବିକ ରହିବାକୁ ଯାଉଛି।

Leave a Reply

Your email address will not be published. Required fields are marked *