Sat. Feb 21st, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱର କମିଶନରେଟ ପୋଲିସ୍‌ର ବାଲିପାଟଣା ଥାନା ଅନ୍ତର୍ଗତ ନରୀଶୋ ନିଧି ସାହିରେ ଗତକାଲି ବିଳମ୍ବିତ ରାତିରେ ବେଆଇନ ବାଣ ତିଆରି ସମୟରେ ଭୟାବହ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଏକାଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ନରୀଶୋ ନିଧି ସାହି ଅଭିନା କାଣ୍ଡିଙ୍କ ଘରେ ବେଆଇନ ଭାବେ ବାଣ ତିଆରି କରାଯାଉଥିବା ବେଳେ ହଠାତ୍‌ ଜୋରଦାର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ଇଟା-ସିମେଣ୍ଟର ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶିଯାଇଥିଲା।ଏହି ଘଟଣାରେ ଅଭିନା କାଣ୍ଡିଙ୍କ ସହ ପୁନାନନ୍ଦ ଭୋଇ, ପ୍ରମୋଦ ସାହୁ ଓ ରାକେଶ ତିଆଡ଼ି ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ନିଆଳୀ ମେଡିକାଲରେ ଚିକିତ୍ସା କରାଯାଇଥିଲା, ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ଅଭିନା କାଣ୍ଡିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ଉଲ୍ଲେଖନୀୟ ଯେ, ଗତ କିଛି ଦିନ ତଳେ କଟକ ସଦର ଥାନା ଖଲର୍ଦ୍ଧା ଅଞ୍ଚଳରେ ଘଟିଥିବା ବାଣ ବିସ୍ଫୋରଣରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିଲା। ପୁନଃପୁନ ଏଭଳି ଘଟଣା ଘଟୁଥିବାରୁ ବେଆଇନ ବାଣ କାରବାର ଉପରେ କଡ଼ା ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *