Sun. Apr 19th, 2026

ନ୍ୟୁଜ ଡେକ୍ସ : ଆଜି ଲୋକସେବା ଭବନରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ତାଙ୍କର ଚୂଡ଼ାନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ସମୀକ୍ଷା’ ପୋର୍ଟାଲର ମଧ୍ୟ ଉଦଘାଟନ କରିଥିଲେ, ଯାହା ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନର ଅନୁଦାନ ଅଧୀନରେ ଚାଲୁଥିବା ରାସ୍ତା, ପାନୀୟ ଜଳ, ପରିମଳ, ଆଲୋକୀକରଣ, ପାର୍କ ଓ ସାଧାରଣ ଉପଯୋଗୀତା ପ୍ରକଳ୍ପଗୁଡ଼ିକର ପ୍ରଗତିକୁ ରିଆଲ୍–ଟାଇମରେ ଦେଖାଇବ।ନାଗରିକମାନେ https://samikshya.odisha.gov.in ମାଧ୍ୟମରେ ପୋର୍ଟାଲରେ ପ୍ରବେଶ କରି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତଦାରଖ କରିପାରିବେ।

ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଆର୍ଥିକ ସୁଦୃଢତା, ପଞ୍ଚାୟତ ଓ ସହରାଞ୍ଚଳର ଢାଞ୍ଚା ବିକାଶ, ଜନସାଧାରଣଙ୍କ ଜୀବନମାନ ବୃଦ୍ଧି ଓ ସମୃଦ୍ଧ ଓଡ଼ିଶାର ଭିତ୍ତି ମଜବୁତ କରିବାକୁ ଗୁରୁତ୍ୱ ଦେଇଥିଲେ।କମିଶନ ରିପୋର୍ଟରେ ସ୍ଥାନୀୟ ସଂସ୍ଥାଗୁଡ଼ିକର ଆର୍ଥିକ ଭିତ୍ତିକୁ ସୂତ୍ରଭିତ୍ତିକ ଓ ପୂର୍ବାନୁମାନଯୋଗ୍ୟ ପ୍ରଣାଳୀରେ ସୁଦୃଢ଼ କରିବା, ଆଞ୍ଚଳିକ ବୈଷମ୍ୟ କମାଇବା ଓ ଗ୍ରାମ–ସହର ଆବଶ୍ୟକତା ପ୍ରତି ଧ୍ୟାନ ଦେବା ଉପରେ ଜୋର ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କମିଶନର ଅଧ୍ୟକ୍ଷ ଡ଼. ଅରୁଣ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ହସ୍ତାନ୍ତର କରିଥିଲେ।

Leave a Reply

Your email address will not be published. Required fields are marked *