Sat. Feb 21st, 2026

ନ୍ୟୁଜ ଡେକ୍ସ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କର ଲଗାତାର ନବମ ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ଦେଶର ଆର୍ଥିକ ଇତିହାସରେ ଏକ ବିଶେଷ ମୁହୂର୍ତ୍ତ, କାରଣ ଦ୍ୱିତୀୟଥର ପାଇଁ କେନ୍ଦ୍ରୀୟ ବଜେଟ୍ ଏକ ରବିବାର ଦିନ ଉପସ୍ଥାପିତ ହେଉଛି। ଏହି ବଜେଟ୍‌ରୁ ବେତନଭୋଗୀ, ମଧ୍ୟବିତ୍ତ ବର୍ଗ, ମହିଳା, କୃଷକ ଓ ବ୍ୟବସାୟ ସମେତ ସମସ୍ତ କ୍ଷେତ୍ର ଉଲ୍ଲେଖନୀୟ ଆଶ୍ୱସ୍ତି ପାଇବେ ବୋଲି ଆଶା କରାଯାଉଛି।

୨୦୨୬ ବଜେଟ୍ ରବିବାର, ଫେବ୍ରୁଆରି ୧ ତାରିଖରେ ଉପସ୍ଥାପିତ ହେଉଥିବାରୁ ଏହି ଦିନ ଷ୍ଟକ୍ ବଜାରରେ ବିଶେଷ ବ୍ୟବସ୍ଥା କରାଯାଇଛି। ପରମ୍ପରାନୁସାରେ ଯେତେବେଳେ ବଜେଟ୍ ଦିନ ସପ୍ତାହାନ୍ତରେ ପଡ଼େ, ସେହି ଦିନ ମଧ୍ୟ ଷ୍ଟକ୍ ବଜାର ଖୋଲା ରହେ। ଏହି ପରମ୍ପରା ଅନୁଯାୟୀ ଏଥିବାର ମଧ୍ୟ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ଓ ଅନ୍ୟାନ୍ୟ ବଜାରଗୁଡ଼ିକ ଖୋଲା ରହିବେ।NSE ପକ୍ଷରୁ ଜାରି ହୋଇଥିବା ସର୍କୁଲାର ଅନୁଯାୟୀ, ଫେବ୍ରୁଆରି ୧ (ରବିବାର) ସକାଳ ୯ଟା ୧୫ ମିନିଟ୍‌ରୁ ଅପରାହ୍ନ ୩ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ନିୟମିତ ଲାଇଭ୍ ଟ୍ରେଡିଂ ସେସନ୍ ଚାଲିବ। ଏହି ଦିନକୁ ‘ସେଟଲମେଣ୍ଟ ହଲିଡେ’ ଭାବେ ଘୋଷଣା କରାଯାଇଥିବାରୁ କିଛି ବ୍ୟାପାରିକ ନିୟମରେ ପରିବର୍ତ୍ତନ ରହିବ।

ସେଟଲମେଣ୍ଟ ହଲିଡେ ଥିବାରୁ, ଜାନୁଆରି ୩୦ ତାରିଖରେ କିଣାଯାଇଥିବା ସେୟାରଗୁଡ଼ିକୁ ଫେବ୍ରୁଆରି ୧ ତାରିଖରେ ବିକ୍ରୟ କରିହେବ ନାହିଁ। ସେହିପରି, ବଜେଟ୍ ଦିନ କିଣାଯାଇଥିବା ଷ୍ଟକ୍‌ଗୁଡ଼ିକୁ ମଧ୍ୟ ପରଦିନ ତୁରନ୍ତ ବିକ୍ରୟ ପାଇଁ ଅନୁମତି ଦିଆଯିବ ନାହିଁ। ଏହାର ଉଦ୍ଦେଶ୍ୟ ହେଉଛି ବଜାରର ସୁଚାଳନା ଓ ସେଟଲମେଣ୍ଟ ପ୍ରକ୍ରିୟାକୁ ସୁସ୍ଥ ରଖିବା।ବଜେଟ୍ ଦିନ ଷ୍ଟକ୍ ବଜାର ଖୋଲା ରହିବାରୁ ନିବେଶକମାନେ ବଜେଟ୍ ଘୋଷଣା ପରେ ସିଧାସଳଖ ଭାବେ ବଜାରର ପ୍ରତିକ୍ରିୟା ଦେଖିପାରିବେ ଓ ତାହାନୁସାରେ ନିବେଶ ନିଷ୍ପତ୍ତି ନେଇପାରିବେ। ୨୦୨୬ ବଜେଟ୍ ଦେଶର ଅର୍ଥନୀତିକୁ କେଉଁ ଦିଗରେ ନେବ, ସେଥିପାଇଁ ସମଗ୍ର ଦେଶ ଓ ବଜାର ଉତ୍ସୁକତାର ସହ ଅପେକ୍ଷା କରିଛି।

Leave a Reply

Your email address will not be published. Required fields are marked *