Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଇଶାନ କିଶାନ ଖୁବ ଶୀଘ୍ର ବିବାହ କରିବାକୁ ଯାଉଥିବା ଖବର ଚର୍ଚ୍ଚାରେ ଅଛି। ଏନେଇ ତାଙ୍କ ଜେଜେବାପା ଅନୁରାଗ ପାଣ୍ଡେ ସୂଚନା ଦେଇଥିବା କୁହାଯାଉଛି। ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ୭୭ ରନର ଧମାକେଦାର ଇନିଂସ ଖେଳି ଇଶାନ ଭାରତର ବିଜୟରେ ମୁଖ୍ୟ ଭୂମିକା ନିଭାଇଥିଲେ।

ଜାତୀୟ ଦଳକୁ ପ୍ରତ୍ୟାବର୍ତନ ପରେ ସେ ଶାନଦାର ଫର୍ମରେ ରହିଛନ୍ତି।ଏହା ସହ ଇଶାନଙ୍କ ନାମ ଜୟପୁରର ମଡେଲ ଅଦିତି ହ୍ୟୁଣ୍ଡାଇଙ୍କ ସହ ଯୋଡାଯାଉଛି। ଅଦିତି ମଡେଲିଂ ଓ ଫ୍ୟାଶନ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢିଛନ୍ତି। ତାଙ୍କ ନାମରେ ଲେବେଲ ଅଦିତି ହ୍ୟୁଣ୍ଡାଇ ନାମକ ଏକ ଫ୍ୟାଶନ ବ୍ରାଣ୍ଡ ରହିଛି ଓ ସେ ବ୍ୟବସାୟ ଦୁନିଆରେ ମଧ୍ୟ ସକ୍ରିୟ।

ସେ ୨୦୧୭ ମସିହାରେ ଏଫବିବି କଲର୍ସ ଫେମିନା ମିସ ଇଣ୍ଡିଆ ରାଜସ୍ଥାନ ଓ ୨୦୧୮ରେ ମିସ ଡୀଭା ସୁପ୍ରୋନେଶନାଲ ଟାଇଟଲ ହାସଲ କରିଥିଲେ। ସୋସିଆଲ ମିଡିଆରେ ତାଙ୍କର ପ୍ରାୟ ୩ ଲକ୍ଷ ଫଲୋଅର୍ସ ଥିବା ଜଣାପଡୁଛି। ଇଶାନଙ୍କ ବିବାହ ନେଇ ଆଧିକାରିକ ଘୋଷଣା ହୋଇନଥିଲେ ମଧ୍ୟ ଏହି ଖବର କ୍ରିକେଟ ଓ ଗ୍ଲାମର ଜଗତରେ ଆଲୋଚନା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *