Sat. Feb 21st, 2026

ନ୍ୟୁଜ ଡେକ୍ସ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ମାର୍ଚ୍ଚ ୭ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଦୌରାନ ସେ ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। ସୂତ୍ର ଅନୁଯାୟୀ, ସେ କଟକ ମୁଣ୍ଡଳୀ ସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ କ୍ୟାମ୍ପସକୁ ଯାଇ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ।

CRPF ଭାରତର ସର୍ବବୃହତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଭାବେ ଦେଶର ଆଇନ ଶୃଙ୍ଖଳା ରକ୍ଷା ଏବଂ ଆନ୍ତରିକ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ।ଏହି ଦିନ ସେ ରାଜ୍ୟରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନ ଉପରେ ମଧ୍ୟ ସମୀକ୍ଷା କରିପାରନ୍ତି। କେନ୍ଦ୍ର ସରକାର ମାର୍ଚ୍ଚ ୩୧ ସୁଦ୍ଧା ବାମପନ୍ଥୀ ଉଗ୍ରବାଦକୁ ଦୂର କରିବା ଲକ୍ଷ୍ୟ ନେଇ କାମ କରୁଥିବା ପରିପ୍ରେକ୍ଷିତରେ, ଅମିତ ଶାହ ରାଜ୍ୟରେ ସମନ୍ୱୟ, ପ୍ରସ୍ତୁତି ଏବଂ କେନ୍ଦ୍ରୀୟ ବାହିନୀର ନିୟୋଜନ ମୂଲ୍ୟାଙ୍କନ କରିବେ ବୋଲି ଆଶା କରାଯାଉଛି।

ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ସମେତ ଅନେକ ପ୍ରଭାବିତ ଜିଲ୍ଲାକୁ ନକ୍ସଲମୁକ୍ତ ଘୋଷଣା କରାଯାଇଥିବାରୁ, ଏହି ଗସ୍ତ ରାଜ୍ୟର ସୁରକ୍ଷା ପରିସ୍ଥିତି ଆଲୋଚନା ପାଇଁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି।

Leave a Reply

Your email address will not be published. Required fields are marked *