Sat. Feb 21st, 2026

ନ୍ୟୁଜ ଡେକ୍ସ : ପଶୁ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ଜୈବିକ ଉଦ୍ୟାନକୁ ଖୁବ୍ ଶୀଘ୍ର ନୂଆ ଅତିଥି ଭାବେ ଚିତାବାଘ ଆସିବାକୁ ଯାଉଛନ୍ତି। ନନ୍ଦନକାନନ ନିର୍ଦ୍ଦେଶକ ସନଥ କୁମାରଙ୍କ ସୂଚନା ଅନୁସାରେ, ଶୀଘ୍ର ଚିଡ଼ିଆଖାନାରେ ପୁରୁଷ ଓ ମାଇ ଉଭୟ ଚିତାବାଘ ଦେଖିବାକୁ ମିଳିବ।

ଏହା ପରେ ଓଡିଶାବାସୀଙ୍କୁ ଆଉ ଚିତାବାଘ ଦେଖିବା ପାଇଁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଯିବାକୁ ପଡିବନି। ରାଜ୍ୟ ସରକାର ଦକ୍ଷିଣ ଆଫ୍ରିକାରୁ ଚିତାବାଘ ଆଣିବାକୁ ଲକ୍ଷ୍ୟ ଧରିଛନ୍ତି। ପ୍ରଥମେ ସେମାନଙ୍କୁ ନନ୍ଦନକାନନରେ ରଖାଯିବ ଏବଂ ପରେ ଅନ୍ୟ ଜଙ୍ଗଲକୁ ସ୍ଥାନାନ୍ତର କରାଯିବ।ଏନେଇ ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଏହି କାର୍ଯ୍ୟ ପାଇଁ ବେସରକାରୀ ସଂସ୍ଥାକୁ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି।

ଯେଉଁ ସଂସ୍ଥାକୁ ଟେଣ୍ଡର ମିଳିବ, ସେ ଚିତାବାଘ ବାଛିବା, ସେମାନଙ୍କୁ ଦେଶରୁ ଆଣିବା ଓ ନନ୍ଦନକାନନରେ ସୁରକ୍ଷିତ ଭାବେ ରଖିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିବ। ସନଥ କୁମାରଙ୍କ କହିବା ଅନୁସାରେ, ଏହି ସମଗ୍ର ପ୍ରକ୍ରିୟା ପାଇଁ ଅର୍ଥିକ ସମର୍ଥନ ଆବଶ୍ୟକ ହେବ ଏବଂ ସରକାରଙ୍କ ଅନୁମୋଦନ ପରେ ସମସ୍ତ କାର୍ଯ୍ୟ ଆରମ୍ଭ ହେବ। ଏହା ପରେ ଓଡିଶାରେ ଚିତାବାଘ ସଫାରୀର ସୁଯୋଗ ମଧ୍ୟ ମିଳିବ, ଯାହା ପଶୁ ପ୍ରେମୀଙ୍କ ପାଇଁ ଏକ ବଡ଼ ଆକର୍ଷଣ ହେବ।

Leave a Reply

Your email address will not be published. Required fields are marked *