Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାରତ ସମେତ ବିଶ୍ୱର ଅନେକ ଦେଶରେ YouTube ସେବା ହଠାତ୍ ବନ୍ଦ ହୋଇଯାଇଛି, ଯାହାର ଫଳରେ ଲକ୍ଷ ଲକ୍ଷ ୟୁଜର ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପ୍ରାୟ ଗୋଟିଏ ଘଣ୍ଟା ଧରି ୟୁଟ୍ୟୁବ୍ ହୋମପେଜ୍ ଲୋଡ୍ ହେଉନଥିଲା ଏବଂ ଭିଡିଓ ଚାଲୁନଥିବା ଅଭିଯୋଗ ଆସୁଥିଲା। ୟୁଜରମାନେ “Something went wrong” ଓ “Trying to reconnect” ଭଳି ମେସେଜ୍ ପାଇଥିବା କଥା କହିଛନ୍ତି।

ଭାରତରୁ ମାତ୍ର ପ୍ରାୟ ୧୮ ହଜାରରୁ ଅଧିକ ୟୁଜର ଏହି ଡାଉନ୍ ନେଇ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ୟୁଟ୍ୟୁବ୍ ଡାଉନ୍ ଟାଇମ୍ ବିଷୟରେ ଅନେକ ପୋଷ୍ଟ ହେବା ସହ X ରେ ଏହା ଟ୍ରେଣ୍ଡ କରିବା ଆରମ୍ଭ କରିଛି। ମୋବାଇଲ୍ ଆପ୍ ଓ ୱେବସାଇଟ୍ ଦୁହେଁ ଏହି ବିଘ୍ନରେ ପ୍ରଭାବିତ ହୋଇଛି।ଯଦିଓ ୟୁଟ୍ୟୁବ୍ ଆନୁଷ୍ଠାନିକ ଭାବେ ସେବା ବନ୍ଦ ହୋଇଥିବାକୁ ସ୍ୱୀକାର କରିନାହିଁ, କିନ୍ତୁ କମ୍ପାନି କହିଛି ଯେ ସେମାନେ ଯାନ୍ତ୍ରିକ ସମସ୍ୟାର ସମାଧାନ ପାଇଁ କାମ କରୁଛନ୍ତି।

ରିପୋର୍ଟ ଅନୁସାରେ, ସମସ୍ୟା ଆମେରିକାରେ ସ୍ଥାନୀୟ ସମୟ ରାତି ୮ଟା ସମୟରେ ଆରମ୍ଭ ହୋଇଥିଲା ଏବଂ ସେଠାରେ ୩ ଲକ୍ଷ ୨୦ ହଜାରରୁ ଅଧିକ ଡାଉନ୍ ରିପୋର୍ଟ ରେକର୍ଡ କରାଯାଇଛି। ଭାରତରେ ମଧ୍ୟ ପରିସ୍ଥିତି ସମାନ ରହିଥିବା ଦେଖାଯାଇଛି ଏବଂ ଅନେକ ୟୁଜର ଭିଡିଓ ଚାଲୁନଥିବା ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *