Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାରତରେ ଚାଲିଥିବା AI ସମ୍ମିଳନୀକୁ କେନ୍ଦ୍ର ସରକାର ଗ୍ଲୋବାଲ୍ ମଞ୍ଚରେ ଏକ ଦୃଢ଼ ବାର୍ତ୍ତା ଭାବେ ଦେଖାଉଛି। ପ୍ରଧାନମନ୍ତ୍ରୀ Narendra Modi ବିଶ୍ୱର ଶୀର୍ଷ AI କମ୍ପାନୀମାନଙ୍କ ମାଲିକ ଓ ସିଇଓମାନଙ୍କୁ ଏକ ମଞ୍ଚରେ ଆଣି ଭାରତର AI ଦୃଷ୍ଟିକୋଣ ପ୍ରସ୍ତୁତ କରିବାର ପ୍ରୟାସ କରିଛନ୍ତି।ଇଣ୍ଡିଆ AI ଇମ୍ପାକ୍ଟ ସମିଟ୍‌ରେ Sam Altman ବଡ଼ ବୟାନ ଦେଇ କହିଛନ୍ତି ଯେ AI ସୁପରଇଣ୍ଟେଲିଜେନ୍ସ ଆଗାମୀଦିନରେ ବଡ଼ କମ୍ପାନୀର ସିଇଓ ଭଳି କାମ ମଧ୍ୟ ତାଙ୍କଠାରୁ ଭଲ କରିପାରିବ।

“ମୋଠାରୁ ନିଶ୍ଚିତ ଭଲ କରିବ,” ବୋଲି ସେ ସ୍ୱୀକାର କରିଥିଲେ। ସେ କହିଛନ୍ତି ଯେ AI ବିକାଶର ଏକ ପର୍ଯ୍ୟାୟରେ ଏକ୍ସିକ୍ୟୁଟିଭ୍‌ମାନଙ୍କଠାରୁ ମଧ୍ୟ ଭଲ ନିଷ୍ପତ୍ତି ନେବାର କ୍ଷମତା ହାସଲ କରିପାରିବ। ତେବେ ସେ ଏହାକୁ ନେଗେଟିଭ୍ ଭାବେ ନୁହେଁ, ଏକ ପ୍ରଯୁକ୍ତିଗତ ଅଗ୍ରଗତି ଭାବେ ଦେଖୁଛନ୍ତି।ଏହା ସହିତ ଜାତୀୟ ଗଣମାଧ୍ୟମ Aaj Tak ଓ India Today ପକ୍ଷରୁ ଆୟୋଜିତ ଏକ ଆଲୋଚନା ସଭାରେ ଜଣାଶୁଣା ସାମ୍ବାଦିକ Rajdeep Sardesaiଙ୍କ ସହ ଖୋଲା ଆଲୋଚନାରେ Aaron Chatterji କହିଥିଲେ ଯେ AI କୌଣସି ବବଲ୍ ନୁହେଁ, ଏହା ଏକ ପ୍ରକୃତ ଟେକ୍ ପରିବର୍ତ୍ତନ। ତାଙ୍କ ମତାନୁସାରେ AI ଏବେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଭବିଷ୍ୟତରେ ଏହାର ପ୍ରଭାବ ଆହୁରି ବଢ଼ିବ। OpenAI ପ୍ଲାଟଫର୍ମରେ ବିଶ୍ୱବ୍ୟାପୀ ପ୍ରାୟ ୯୦୦ ମିଲିୟନ ଆକ୍ଟିଭ୍ ୟୁଜର୍ ଅଛନ୍ତି।

ଭାରତ ବର୍ତ୍ତମାନ ସବୁଠାରୁ ଦ୍ରୁତ ବଢ଼ୁଥିବା ମାର୍କେଟ୍ ହୋଇଥିବା ସହ ଦ୍ୱିତୀୟ ବୃହତ୍ତମ ମାର୍କେଟ୍ ଭାବେ ଉଭରିଛି। ବିଶେଷକରି ଲୋ-ଇନକମ୍ ଗ୍ରୁପ୍‌ରେ ChatGPT ବ୍ୟବହାର ଅନ୍ୟ ଦେଶମାନଙ୍କ ତୁଳନାରେ ଚାରିଗୁଣା ଅଧିକ ବୃଦ୍ଧି ପାଇଛି।ବିଶେଷଜ୍ଞମାନଙ୍କ ମତାନୁସାରେ କୃଷି କ୍ଷେତ୍ରରେ AIର ପ୍ରଭାବ ସବୁଠାରୁ ଅଧିକ ହେବ। କୃଷକମାନେ ଜମି, ଫସଲ ଓ ପାଗ ସମ୍ପର୍କିତ ପ୍ରଶ୍ନ ସିଧାସଳଖ AIକୁ ପଚାରି ପାରିବେ, ଯାହା ଉତ୍ପାଦନକ୍ଷମତା ବଢ଼ାଇବ।ଚାକିରି ହରାଇବା ନେଇ ଚିନ୍ତା ଥିଲେ ମଧ୍ୟ ବଡ଼ ପରିମାଣରେ ଜବ୍ ଲସ୍ ଏପର୍ଯ୍ୟନ୍ତ ଦେଖାଯାଇନାହିଁ। AI ଲୋକଙ୍କୁ ଅଧିକ ପ୍ରୋଡକ୍ଟିଭ୍ କରୁଛି। କମ୍ ସ୍କିଲ୍ ଥିବା ଲୋକମାନେ ମଧ୍ୟ AI ସାହାଯ୍ୟରେ ଭଲ କାମ କରୁଛନ୍ତି।

ବିଶେଷଜ୍ଞମାନଙ୍କ କଥାନୁସାରେ ଚାକିରି AI ନିଏ ନାହିଁ, ଯିଏ AIକୁ ଭଲ ବ୍ୟବହାର କରେ ସେଇ ଅନ୍ୟର ଅବସର ନେଇଯାଏ। ଭାରତକୁ AI ଶିକ୍ଷାରେ ଜୋର୍ ଦେବାକୁ ପଡ଼ିବ ବୋଲି ଉଲ୍ଲେଖ କରି ଏରନ୍ ଚାଟର୍ଜୀ କହିଛନ୍ତି ଯେ ଦେଶକୁ ସ୍କିଲ୍ଡ ୱର୍କଫୋର୍ସ, ଇନ୍‌ଫ୍ରାଷ୍ଟ୍ରକ୍ଚର ନିବେଶ ଓ ହାର୍ଡୱେର କ୍ୟାପାସିଟି ଉପରେ ଧ୍ୟାନ ଦେବା ଆବଶ୍ୟକ। ସେ ମଜାକରେ କହିଥିଲେ, ଭାରତର AI ଚିଫ୍ ଇକୋନମିଷ୍ଟ ହେବାର ଅଫର୍ ଆସିଲେ ସେ ଖୁସିରେ ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *