Sat. Feb 21st, 2026

ନ୍ୟୁଜ ଡେକ୍ସ : ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳୁ ତାଙ୍କ ଘର ସହିତ ତିନୋଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଓଡ଼ିଶା ଭିଜିଲାନ୍ସ।ସକାଳ ପ୍ରାୟ ୬ଟାରୁ ଭିଜିଲାନ୍ସର ୩ଟି ଟିମ୍ ଭବାନୀପାଟଣା ଓ ଆଖପାଖ ଅଞ୍ଚଳରେ ଚଢାଉ ଜାରି ରଖିଛନ୍ତି।

ଭବାନୀପାଟଣା ସ୍ପେଶାଲ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ରେଡ୍ କରାଯାଉଛି। ଏହି ଅଭିଯାନରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ସହ ଅନ୍ୟାନ୍ୟ କର୍ମଚାରୀ ମିଶି ବ୍ୟାପକ ଯାଞ୍ଚ କରୁଛନ୍ତି।ସୂଚନା ଅନୁଯାୟୀ, ଭବାନୀପାଟଣା ହିଲ୍ ଟାଉନ୍‌ରେ ଥିବା ତାଙ୍କ ତିନି ମହଲା ବାସଭବନ, ଜୁନାଗଡ଼ ଥାନା ଅନ୍ତର୍ଗତ ଦେଉଣ୍ଡି ଗାଁର ପୈତୃକ ଘର ଓ ଭଟାଙ୍ଗପଦର ସେକ୍ସନରେ ଥିବା ସରକାରୀ କାର୍ଯ୍ୟାଳୟରେ ଚଢାଉ ଚାଲିଛି।

ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ, ସୁନା ଗହଣା ଓ ଜମିଜାଗା ସମ୍ପର୍କିତ ଦଳିଲପତ୍ରର ଖୋଜଖବର ନିଆଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଠାଉ ହୋଇଛି କିମ୍ବା ଜବତ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ। ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *