Sun. Feb 22nd, 2026

ନ୍ୟୁଜ ଡେକ୍ସ : ଆସନ୍ତା ଗ୍ରୀଷ୍ମ ଋତୁକୁ ନଜରରେ ରଖି ସ୍କୁଲମାନଙ୍କରେ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି କରାଯାଇଛି। ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲଗୁଡ଼ିକୁ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ସୁରକ୍ଷା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରିବା ଆବଶ୍ୟକ। ସ୍କୁଲଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବା, ଆବଶ୍ୟକ ସ୍ଥାନରେ ନଳକୂପ ମରାମତି କରିବା ସହିତ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ORS ପ୍ୟାକେଟ ମହଜୁଦ ରଖିବାକୁ କୁହାଯାଇଛି।

ଏଥିସହ ଛାତ୍ରଛାତ୍ରୀମାନେ ନିଜେ ନିଜେ ପାଣି ବୋତଲ ସ୍କୁଲକୁ ନେଇ ଆସନ୍ତୁ ବୋଲି ଅଭିଭାବକମାନଙ୍କୁ ସଚେତନ କରିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟରେ କୌଣସି ପ୍ରଭାବ ନ ପଡ଼ିବା ପାଇଁ ସମସ୍ତ ସ୍କୁଲକୁ ପୂର୍ବପ୍ରସ୍ତୁତ ରହିବାକୁ ଅଧିକାରୀମାନେ ଜୋର ଦେଇଛନ୍ତି।

Leave a Reply

Your email address will not be published. Required fields are marked *