Mon. Feb 23rd, 2026

ନ୍ୟୁଜ ଡେକ୍ସ : ୨୦୨୬ ଟି-୨୦ ବିଶ୍ୱକପର ସୁପର-୮ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆ ପ୍ରଥମଥର ପାଇଁ ପରାସ୍ତ ହୋଇଛି। ପ୍ରଥମ ସୁପର-୮ ମ୍ୟାଚ୍‌ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନ୍‌ରେ ହାରିଛି। ଗ୍ରୁପ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ଜିତି ସୁପର-୮କୁ ପହଞ୍ଚିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ରେ ୧୮୮ ରନ୍‌ର ଲକ୍ଷ୍ୟ ହାସଲ କରିପାରିନଥିଲା।

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୮୮ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ରଖିଥିଲା। ଲକ୍ଷ୍ୟ ପିଛା କରିବାକୁ ନାମିଥିବା ଭାରତ ୧୮.୫ ଓଭରରେ ୧୧୧ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ୭୬ ରନ୍‌ର ବିଶାଳ ବିଜୟ ହାସଲ କରିଥିଲା।ଭାରତୀୟ ବ୍ୟାଟସମ୍ୟାନମାନେ ଆରମ୍ଭରୁ ଚାପରେ ଦେଖାଯାଇଥିଲେ। ଇଶାନ କିଶନ ଜିରୋରେ ଆଉଟ୍ ହୋଇଥିବା ବେଳେ ଅଭିଷେକ ଶର୍ମା, ତିଲକ ବର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ବଡ଼ ଇନିଙ୍ଗ୍ସ ଖେଳିବାରେ ବିଫଳ ହୋଇଥିଲେ। ଭାରତ ପକ୍ଷରୁ ଶିବମ୍ ଦୁବେ ସର୍ବାଧିକ ୪୨ ରନ୍ କରିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେଭିଡ ମିଲର ସର୍ବାଧିକ ୬୩ ରନ୍ କରିଥିବା ବେଳେ ଡିୱାଲ୍ଡ ବ୍ରେଭିସ ୪୫ ଓ ଟ୍ରିଷ୍ଟାନ ଷ୍ଟବ୍ସ ୪୪ ରନ୍ ଯୋଗାଇଥିଲେ। ଭାରତ ପକ୍ଷରୁ ଜସପ୍ରୀତ ବୁମରା ୩ଟି ୱିକେଟ୍ ନେଇଥିଲେ। ଅର୍ଶଦୀପ ସିଂହ ୨ଟି ଓ ଦୁବେ ସହ ବରୁଣ ଚକ୍ରବର୍ତ୍ତୀ ଗୋଟିଏ କରି ୱିକେଟ୍ ନେଇଥିଲେ।ଭାରତୀୟ ଦଳ ଆସନ୍ତା ୨୬ ତାରିଖରେ ସୁପର-୮ ପର୍ଯ୍ୟାୟର ପରବର୍ତ୍ତୀ ମ୍ୟାଚ୍‌ରେ ଜିମ୍ବାଓ୍ବେକୁ ଭେଟିବ।

Leave a Reply

Your email address will not be published. Required fields are marked *