Thu. Mar 5th, 2026

ନ୍ୟୁଜ ଡେକ୍ସ : ଆଜି ସାରା ଦେଶରେ ରଙ୍ଗର ଉତ୍ସବ ହୋଲି ଉତ୍ସାହ ଓ ଆନନ୍ଦରେ ପାଳିତ ହେଉଛି। ଓଡ଼ିଶାରେ ମଧ୍ୟ ହୋଲିକୁ ନେଇ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି। ତେବେ ଉତ୍ସବ ମଧ୍ୟରେ ସୁରକ୍ଷାକୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।ରାଜଧାନୀ ଭୁବନେଶ୍ୱର କଡା ସୁରକ୍ଷା ବଳୟରେ ରହିଛି। ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ମଦ ପିଇ ଗାଡ଼ି ଚଳାଇଲେ ଗାଡ଼ି ସିଜ୍ କରାଯିବ।

ମଦୁଆଙ୍କୁ ଧରିବା ପାଇଁ ୮୫ଟି ସ୍ଥାନରେ ବ୍ଲକିଂ ଓ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଚେକିଂ ଚାଲିଛି।ଡିସିପିଙ୍କ ନେତୃତ୍ୱରେ ୪ ଜଣ ଅତିରିକ୍ତ ଡିସିପି ଓ ୮ ଜଣ ଏସପି ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ୧୭ଟି ମୋବାଇଲ ପାର୍ଟି ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି। ସେଥିସହ ୪ଟି ଷ୍ଟ୍ରାଇକିଂ ଟିମ୍‌ ମଧ୍ୟ ସଜାଗ ଅବସ୍ଥାରେ ରହିଛି।ନିଶାସକ୍ତ ଅବସ୍ଥାରେ ନଦୀ ଓ ପୋଖରୀରେ ନଗାଧୋଇବାକୁ ପରାମର୍ଶ ଦିଆଯାଇଛି। ୧୦ଟି ଗାଧୁଆ ତୁଠ ଓ ନଦୀ ପଠାରେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍‌ ମୁତୟନ କରାଯାଇଛି।

କଟକ, ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ହୋଇଛି। ହୋଲିକୁ ନେଇ ଆୟୋଜିତ ବିଭିନ୍ନ ଇଭେଣ୍ଟ ଉପରେ ମଧ୍ୟ ପୋଲିସର କଡ଼ା ନଜର ରହିଛି।ଏହାସହ ରାସାୟନିକ ରଙ୍ଗ ବ୍ୟବହାର ନକରିବାକୁ କମିଶନରେଟ ପୋଲିସ ପକ୍ଷରୁ ସଚେତନତା ବାର୍ତ୍ତା ଜାରି କରାଯାଇଛି। ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ପାଳନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *