ନ୍ୟୁଜ ଡେକ୍ସ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆସ୍ଥିତ ଅଙ୍କୁରା ୱାର୍ଡ ନମ୍ବର ୧୪ଠାରେ ଥିବା ଯୋଗା ଆଶ୍ରମ ରେ ଆଜି ଯୋଗାଚାର୍ଯ୍ୟ ଆଦୀମୁନିଶ୍ୱର୍ ଶିବ ମୁନି ମହାରାଜାଙ୍କ ୧୪୧ତମ ଜନ୍ନ ଜୟନ୍ତୀ ଉତ୍ସବ ପାଳନ କରିବା ସହିତ ଆଶ୍ରମରେ ସତ୍ସଙ୍ଗ ମଧ୍ୟ ଅନୁଷ୍ଠିତ ହୋଇଯାଇଛି |ତେବେ ଏହି ଯୋଗା ଆଶ୍ରମଟି ମୁନିବର ଜୟରାମ ମହାନ୍ତ ୧୯୫୭ ମସିହାରେ ପ୍ରତିଷ୍ଠା କରିଥିଲେ ଯାହାକି କରଞ୍ଜିଆ ଅଞ୍ଚଳ ବ୍ୟତୀତ ରାଜ୍ୟ ତଥା ରାଜ୍ୟ ବାହାର ଯୋଗ ଶିକ୍ଷା କ୍ଷେତ୍ରରେ ଏହି ବହୁ ପୁରାତନ ଆଶ୍ରମଟି ଖୁବ ସୁନାମ ଅର୍ଜନ କରିପାରିଛି|
ତାସହିତ ଏହି ଆଶ୍ରମ ରୁ ହଜାର ହଜାର ଶିଷ୍ୟ ଶିଷ୍ୟା ମୁନି ଦୀକ୍ଷା ଗ୍ରହଣ କରିବା ସହିତ ସତ ଚିନ୍ତନ ସତ ଚିନ୍ତା ମାଧ୍ୟମ ରେ ଜୀବନ ଅତିବାହିତ କରୁଛନ୍ତି |ଏଠାରେ ବିଭିନ୍ନ ପ୍ରକାର ଯୋଗ ଯଥା ଚକ୍ରଭେଦନ ଯୋଗ, ପ୍ରାଣାୟାମ, ସ୍ୱାସ୍ଥ୍ୟ ଅତୁଞ୍ଚନା ଆଦି ନିଃଶୁଳଖରେ ଶିକ୍ଷା ପ୍ରଦାନ କରାଯାଇଛି |ତେବେ ଆଜି ଅନୁଷ୍ଠିତ ସତସଙ୍ଗରେ ଯୋଗ ବିଷୟରେ କଣ ଉପକାର ମିଳିଥାଏ ତା ବାବଦକୁ ଆଲଚନା ହୋଇଥିଲା, ସେଥିମଧ୍ୟରୁ ଯୋଗ ଦ୍ୱାରା ଯେ କେବଳ ଶାରୀରିକ ବ୍ୟାୟାମ୍ ନୁହେଁ ଯୋଗ ଦ୍ୱାରା ମନର ଚଞ୍ଚଳତା କୁ ନିୟନ୍ତ୍ରଣ କରାଯିବା ସହିତ ନିରୋଗ, ଏକାଗ୍ରତା ର ବୃଦ୍ଧି ନିମନ୍ତେ ଏକାନ୍ତ ଉପାଦେୟ ତାହା ଉପସ୍ଥିତ ବକ୍ତା ମାନେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ |
ଏହି କାର୍ଯ୍ୟକ୍ରମ ରେ କରଞ୍ଜିଆ, କେଉଁଝର ଏବଂ ଏହାର ଆକାପାଖା ଅଂଚଳରୁ ବହୁ ପୁରୁଷ ଓ ମହିଳା ଭକ୍ତ ମାନେ ଯୋଗ ଦେଇଥିଲେ | ଆସିଥିବା ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ତେବେ ଏହି କାର୍ଯ୍ୟକ୍ରମରେ ମୁନିରତ୍ନ ଯୋଗାଚାର୍ଯ୍ୟ କ୍ଷେତ୍ରମହନ ମୁନି ସଭାପତିତ୍ୱ କରିଥିବା ବେଳେ ଡାକ୍ତର ମହାନ୍ତ ଏହି କାର୍ଯ୍ୟକ୍ରମ କୁ ପରିଚାଳନାରେ କରିଥିଲେ ଏବଂ ତାଙ୍କ ସପରିବାର ଉପସ୍ଥିତ ମୁନିଗଣ ପରିଚାଳନାରେ ସହଯାଗ କରିଥିଲେ |