Thu. Mar 5th, 2026

ନ୍ୟୁଜ ଡେକ୍ସ : ହୋଲିର ଖୁସି ମଝିରେ ଘଟିଲା ଦୁଃଖଦ ଅଘଟଣ। ବଡମ୍ବା T ସେତୁ ନିକଟରେ ହୋଲି ଖେଳି ଗାଧୋଇବା ବେଳେ ଜଣେ ନାବାଳକ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି। ମୃତ ନାବାଳକ ଜଣକ ବଡମ୍ବା ତୁଣପୁର ଗାଁର ଜୀବନ ବେହେରା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସ୍ଥାନୀୟ ତୁଣପୁର ଗାଁର ତିନିଜଣ ନାବାଳକ ହୋଲି ରଙ୍ଗ ଖେଳିବା ପରେ ଗାଧୋଇବାକୁ T ସେତୁ ନିକଟରେ ଥିବା ଅସ୍ଥାୟୀ ପୋଲ ପାଖକୁ ଯାଇଥିଲେ। ଗାଧୋଇବା ବେଳେ ଜୀବନ ବେହେରା ହଠାତ୍ ପାଣିରେ ଭାସିଯାଇଥିଲେ। ଘଟଣାସ୍ଥଳରେ ଥିବା ଲୋକମାନେ ତୁରନ୍ତ ଖବର ଦେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ବାଙ୍କୀ ବୈଦେଶ୍ୱର ଦମକଳ ବାହିନୀ ପହଞ୍ଚି ମହାନଦୀରୁ ନାବାଳକଙ୍କୁ ଉଦ୍ଧାର କରି ବଡମ୍ବା ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ପରେ ଗାଁରେ ଶୋକର ଛାୟା ଛାଇଯାଇଛି। ହୋଲିର ଆନନ୍ଦ ମଝିରେ ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି।

Leave a Reply

Your email address will not be published. Required fields are marked *