ନ୍ୟୁଜ ଡେକ୍ସ :ପୁରୀ ଶ୍ରୀମନ୍ଦିରର ନୀଳଚକ୍ର ଓ ପତିତପାବନ ବାନା ଉପରେ ଚିଲ ବସିଥିବା ଘଟଣାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋରଦାର ହୋଇଛି। ସୂଚନା ଅନୁସାରେ, ଗୋଟିଏ ଚିଲ କିଛି ସମୟ ଧରି ଶ୍ରୀମନ୍ଦିର ଉପରେ ଉଡ଼ିବା ପରେ ପତିତପାବନ ବାନା ଉପରେ ବସିଥିଲା। କିଛି ସମୟ ବସିଥିବା ପରେ ପୁଣି ଉଡ଼ିଯାଇଥିବା ଦେଖାଯାଇଛି।
ଏହି ଘଟଣା ପରେ ବିଭିନ୍ନ ମହଲରେ ନାନା ପ୍ରକାର କଳ୍ପନା ଓ ଜଳ୍ପନା ପ୍ରକାଶ ପାଇଛି। କିଛି ସେବାୟତ ଏହାକୁ ମହାପ୍ରଭୁଙ୍କ କୌଣସି ବଡ଼ ସଂକେତ ବୋଲି ମତ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ପତିତପାବନ ବାନା ଉପରେ ଚିଲ ବସିଲେ ଦେଶରେ କୌଣସି ବିପର୍ଯ୍ୟୟ ଆସିପାରେ ବୋଲି ପୁରାତନ ଧାରଣା ରହିଛି।
ତେବେ ଅନ୍ୟପଟେ ଅନେକେ ଏହାକୁ ସାଧାରଣ ଘଟଣା ବୋଲି ମତ ପ୍ରକାଶ କରିଛନ୍ତି। ପୂର୍ବରୁ ମଧ୍ୟ ଅନେକଥର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିଥିବା ଘଟଣା ଦେଖାଯାଇଥିବାରୁ ଏହାକୁ ଅସାମାନ୍ୟ ବୋଲି କହିବା ଠିକ୍ ନୁହେଁ ବୋଲି କୁହାଯାଉଛି।ଏହି ଘଟଣାକୁ ନେଇ ଭକ୍ତ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି।

