Thu. Apr 16th, 2026

ନ୍ୟୁଜ ଡେକ୍ସ : ଆସନ୍ତା ୧୬ ତାରିଖରେ ହେବାକୁଥିବା ରାଜ୍ୟସଭା ନିର୍ବାଚନକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସମସ୍ତ ବିଧାୟକଙ୍କୁ ଭୁବନେଶ୍ୱର ସ୍ଥିତ ନବୀନ ନିବାସରେ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି।ନବୀନ ନିବାସରେ ଲଗାତାର ତିନି ଦିନ ଧରି ସନ୍ଧ୍ୟା ସମୟରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଓ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।

ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦଳୀୟ ବିଧାୟକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଭୋଟ୍ ଦେବାର ପ୍ରକ୍ରିୟା ବିଷୟରେ ସମସ୍ତଙ୍କୁ ସଠିକ୍ ତାଲିମ ଦେବା।ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେବାର ପ୍ରକ୍ରିୟା କିଛି ଜଟିଳ ଥିବାରୁ କୌଣସି ପ୍ରକାରର ତ୍ରୁଟି କିମ୍ବା କ୍ରସ୍ ଭୋଟିଂ ହେବାକୁ ଦିଆଯିବ ନାହିଁ ବୋଲି ଦଳ ପକ୍ଷରୁ ସତର୍କତା ନିଆଯାଇଛି। ଏହି ଉଦ୍ଦେଶ୍ୟରେ ସମସ୍ତ ବିଧାୟକଙ୍କୁ ଏହି ପ୍ରଶିକ୍ଷଣ ଶିବିରରେ ଅବଶ୍ୟ ଯୋଗ ଦେବାକୁ କୁହାଯାଇଛି।

ସମସ୍ତ ବିଧାୟକଙ୍କୁ ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ ୧୬ ତାରିଖରେ ଭୋଟ୍ ଗ୍ରହଣ ଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ସମସ୍ତ ବିଧାୟକ ନିଜ ମତଦାନ ସମ୍ପନ୍ନ କରିବେ।ନବୀନ ପଟ୍ଟନାୟକ ତାଙ୍କ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ ଏହି ୩ ଦିନିଆ ବୈଠକରେ ଉପସ୍ଥିତ ରହିବା ସମସ୍ତ ବିଧାୟକଙ୍କ ପାଇଁ ବାଧ୍ୟତାମୂଳକ ଓ ଏହାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ଉଚିତ।

Leave a Reply

Your email address will not be published. Required fields are marked *