Sun. Apr 19th, 2026

ନ୍ୟୁଜ ଡେକ୍ସ : ବିଭିନ୍ନ ବର୍ଗର ଶିକ୍ଷାର୍ଥୀଙ୍କ ସୁବିଧାକୁ ମନେରଖି ଇଗ୍ନୋ କର୍ତ୍ତୃପକ୍ଷ ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ନାମଲେଖା ଓ ପୁନଃ ପଞ୍ଜିକରଣର ସମୟସୀମାକୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସାର୍ଟିଫିକେଟ୍ ଏବଂ ସେମିଷ୍ଟାର ଆଧାରିତ ପାଠ୍ୟକ୍ରମକୁ ଛାଡ଼ି ଅନ୍ୟ ସମସ୍ତ ପ୍ରୋଗ୍ରାମ ପାଇଁ ଏହି ସୁବିଧା ଲାଗୁ ହେବ।ପୁନଃ ପଞ୍ଜିକରଣ କରୁଥିବା ଛାତ୍ରଛାତ୍ରୀଙ୍କୁ ୨୦୦ ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ପଡ଼ିବ।

ଇଗ୍ନୋର ଆଧିକାରିକ ୱେବସାଇଟ www.ignou.ac.in ମାଧ୍ୟମରେ ସମସ୍ତ ସୂଚନା ପାଇପାରିବେ। ନାମଲେଖା ପାଇଁ https://ignouadmission.samarth.edu.in ଓ ପୁନଃ ପଞ୍ଜିକରଣ ପାଇଁ https://onlinerr.ignou.ac.in ଲିଙ୍କ ବ୍ୟବହାର କରିପାରିବେ।ଅଣ୍ଡର ଗ୍ରାଜୁଏଟ ପ୍ରୋଗ୍ରାମ ଯଥା BSCM, BCOMF ଓ BAMରେ ନାମଲେଖା କରୁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଓ ପୁନଃ ପଞ୍ଜିକରଣ ଶୁଳ୍କରେ ୫୦ ପ୍ରତିଶତ ଛାଡ଼ ଦିଆଯାଇଛି। ତେବେ ଯେଉଁମାନେ ଅନ୍ୟ କୌଣସି ସୂତ୍ରରୁ ରିହାତି ପାଉଛନ୍ତି, ସେମାନେ ଏହି ଛାଡ଼ ପାଇବାକୁ ଯୋଗ୍ୟ ହେବେ ନାହିଁ।

ସମ୍ପୂର୍ଣ୍ଣ ପ୍ରସ୍ପେକ୍ଟସ୍ ଇଗ୍ନୋର ୱେବସାଇଟରୁ ଡାଉନଲୋଡ କରିପାରିବେ। ଅଧିକ ସୂଚନା ପାଇଁ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱର ସହ ଫୋନ ନମ୍ବର ୦୬୭୪-୨୩୦୧୩୪୮, ୨୯୭୧୦୭୧ କିମ୍ବା ଇ-ମେଲ rcbhubaneswar@ignou.ac.in ଓ admissionrc21@ignou.ac.in ମାଧ୍ୟମରେ ଯୋଗାଯୋଗ କରିପାରିବେ ବୋଲି ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *