ନ୍ୟୁଜ ଡେକ୍ସ : ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁନର୍ବାର ବଡ ଅଦଳବଦଳ ଦେଖିବାକୁ ମିଳିଛି। କଟକର ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ପ୍ରଶାସନିକ ସ୍ତରରେ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଲୁସି ଦାସଙ୍କ ସ୍ଥାନରେ ପ୍ରତିଭା ପଣ୍ଡାଙ୍କୁ ଏସ୍ସିବି ମେଡିକାଲ୍ର ଡିନ୍ ଓ ପ୍ରିନ୍ସିପାଲ୍ ଭାବେ ନୂଆ ନିଯୁକ୍ତି ଦିଆଯାଇଛି।
ପୂର୍ବରୁ ପ୍ରତିଭା ପଣ୍ଡା ବାରିପଦା ମେଡିକାଲ୍ କଲେଜରେ ଡିନ୍ ଓ ପ୍ରିନ୍ସିପାଲ୍ ଭାବେ କାର୍ଯ୍ୟରତ ଥିଲେ। ତାଙ୍କର ପ୍ରଶାସନିକ ଅନୁଭବ ଓ କାର୍ଯ୍ୟକୁଶଳତାକୁ ଦେଖି ଏହି ନୂଆ ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି।ଏହାସହ ଜ୍ୟୋତିଷ ଚନ୍ଦ୍ର ଚୌଧୁରୀଙ୍କୁ ଏସ୍ସିବି ଏମ୍ସିଏଚ୍ର ସୁପରିଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ଦିଆଯାଇଛି।
ଅନ୍ୟପଟେ ବାରିପଦା ମେଡିକାଲ୍ କଲେଜର ଡିନ୍ ଓ ପ୍ରିନ୍ସିପାଲ୍ ଭାବେ ନିର୍ମଳ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସମ୍ପର୍କରେ ଅଧିକୃତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରିବର୍ତ୍ତନ ଫଳରେ ରାଜ୍ୟର ସ୍ୱାସ୍ଥ୍ୟ ସେବା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

