ନ୍ୟୁଜ ଡେକ୍ସ : ସୋସିଆଲ ମିଡିଆରେ ଏବେ ୧୬ ବର୍ଷ ପୁରୁଣା ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବଲିଉଡ ଅଭିନେତା ରଣବୀର ସିଂଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ‘ଧୁରନ୍ଧର’ ଓ ‘ଧୁରନ୍ଧର ୨’ ର ସଫଳତା ପରେ ରଣବୀର ଏବେ ବଲିଉଡର ଶୀର୍ଷ ତାରକାମାନଙ୍କ ମଧ୍ୟରେ ଗଣାଯାଉଛନ୍ତି।ବିଶେଷକରି ‘ଧୁରନ୍ଧର ୨’ ବକ୍ସ ଅଫିସରେ ବଡ଼ ସଫଳତା ହାସଲ କରିଛି।
ମାତ୍ର ୬ ଦିନରେ ଫିଲ୍ମଟି ୫୭୫ କୋଟିରୁ ଅଧିକ ଆୟ କରି ନୂତନ ରେକର୍ଡ ସୃଷ୍ଟି କରିଛି। ଏହି ସଫଳତା ମଧ୍ୟରେ ରଣବୀରଙ୍କ ପୁରୁଣା ଏକ ଭିଡିଓ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।ଏହି ଭିଡିଓଟି ରଣବୀରଙ୍କ ପ୍ରଥମ ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ୍’ ସମୟର। ଏକ ଆୱାର୍ଡ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ନବାଗତ ଅଭିନେତା ପୁରସ୍କାର ପାଇବା ପରେ ରଣବୀର ଭାବୁକ ହୋଇ ପଡ଼ିଥିଲେ ଓ ଷ୍ଟେଜ୍ ଉପରେ କାନ୍ଦି ପଡ଼ିଥିଲେ। ସେତେବେଳେ ଷ୍ଟେଜ୍ରେ ଉପସ୍ଥିତ ଥିବା ଶାହରୁଖ ଖାନ୍ ମଜାଳିଆ ଭାବରେ କହିଥିଲେ, “ତୁ କାହିଁକି କାନ୍ଦୁଛୁ? କାନ୍ଦିବା ତ ଆମକୁ ଦରକାର, ଏବେ ଆମର କ’ଣ ହେବ? ତୁ ତ ଇଣ୍ଡଷ୍ଟ୍ରିକୁ ଆସିଗଲୁଣି।”
ଏହା ପରେ ସେ ରଣବୀରଙ୍କୁ କୁଣ୍ଢାଇ ସାନ୍ତ୍ୱନା ଦେଇଥିଲେ ଓ ତାଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ।ଆଜି ଯେତେବେଳେ ରଣବୀର ସିଂ ବଲିଉଡର ଏକ ସଫଳ ଓ ଲୋକପ୍ରିୟ ଅଭିନେତା ହୋଇଉଠିଛନ୍ତି, ସେତେବେଳେ ଫ୍ୟାନ୍ସମାନେ କହୁଛନ୍ତି ଯେ ଶାହରୁଖ ସେହି ସମୟରେ ହିଁ ତାଙ୍କ ଭବିଷ୍ୟତକୁ ଅନୁମାନ କରିଥିଲେ।ଏହି ଭିଡିଓଟି ଏବେ ଇଣ୍ଟରନେଟରେ ବେଶ ଭାଇରାଲ ହେଉଥିବା ବେଳେ, ଶାହରୁଖ ଓ ରଣବୀରଙ୍କ ମଧ୍ୟରେ ଥିବା ସେହି ସ୍ନେହମୟ ମୁହୂର୍ତ୍ତ ଦେଖି ଫ୍ୟାନ୍ସମାନେ ଆନନ୍ଦ ଅନୁଭବ କରୁଛନ୍ତି।

