Fri. Apr 17th, 2026

ନ୍ୟୁଜ ଡେକ୍ସ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଚତୁର୍ଥ ଦଫା ରଥ କାଠ ପହଞ୍ଚିଛି। ଏହି କାଠ ବୌଦ୍ଧ ବନଖଣ୍ଡ ମାଧୋପୁର ରେଞ୍ଜରୁ ଆଣାଯାଇଛି। ଏଥିରେ ୧୨ ଫୁଟିଆ ଧଉରା କାଠ ୩୭ଟି ଏବଂ ୨୦ ଫୁଟିଆ ୧୫ଟି କାଠ ରହିଛି। ମୋଟ ୫୨ ଖଣ୍ଡ କାଠ ଦୁଇଟି ଟ୍ରକରେ ଆସି ପହଞ୍ଚିଥିବା ସୂଚନା ମିଳିଛି।

ମହାପ୍ରଭୁଙ୍କ ରଥ ନିର୍ମାଣ କାମ ଆସନ୍ତା ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ। ତିନି ଦିନ ପୂର୍ବରୁ ମଧ୍ୟ ସୂଚନା ମିଳିଥିଲା ଯେ ସୋନପୁରରୁ ମଧ୍ୟ ରଥକାଠ ଆସିବ। ଏଥର ପ୍ରଥମ ଥର ପାଇଁ ସୁବର୍ଣ୍ଣପୁର ଜିଲ୍ଲାରୁ ରଥ କାଠ ଆଣାଯାଇଛି।ସୁବର୍ଣ୍ଣପୁର ଜିଲ୍ଲାର ମଲ୍ଲିକମୁଣ୍ଡା ଗାଁରେ ରଥକାଠ କଟାଯାଇଥିଲା।

ଗାଁର ମିଶ୍ର ପରିବାରଙ୍କ ବାଡ଼ି ପାଖରେ ଥିବା ପାଞ୍ଚଟି ଫାସୀ ଗଛକୁ ପାରମ୍ପରିକ ରୀତିନୀତି ଅନୁଯାୟୀ କଟାଯାଇଥିଲା। ପୂଜାପାଠ ପରେ ଗଛ କଟା କାମ ଆରମ୍ଭ ହୋଇଥିଲା।ଏହି ଅବସରରେ ଭଜନ ଓ କୀର୍ତ୍ତନ ସହିତ ଗାଁରେ ଭକ୍ତିମୟ ପରିବେଶ ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *