ନ୍ୟୁଜ ଡେକ୍ସ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ଆଣାଯାଇଛି। ଗ୍ରୀଷ୍ମ ଋତୁରେ ଦିନ ବଡ ହେବା ଓ ପର୍ଯ୍ୟଟକଙ୍କ ସୁବିଧାକୁ ଲକ୍ଷ୍ୟରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ନନ୍ଦନକାନନ ଉପନିର୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ଏପ୍ରିଲ ୧ ତାରିଖରୁ ଉଭୟ ଉଦ୍ୟାନ ସକାଳ ୭ଟା ୩୦ମିନିଟରେ ଖୋଲିବ ଓ ସନ୍ଧ୍ୟା ୫ଟା ୩୦ମିନିଟରେ ବନ୍ଦ ହେବ।ଏହି ନୂତନ ସମୟସୂଚୀ ୨୦୨୬ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ।
ତେବେ ପ୍ରତି ସପ୍ତାହର ସୋମବାର ଦିନ ଉଭୟ ଉଦ୍ୟାନ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ।ପର୍ଯ୍ୟଟକମାନେ ଏହି ନୂତନ ସମୟ ଅନୁଯାୟୀ ଯୋଜନା କରି ଉଦ୍ୟାନ ଭ୍ରମଣ କରିବାକୁ ଅନୁରୋଧ କରାଯାଇଛି।

