Thu. Apr 16th, 2026

ନ୍ୟୁଜ ଡେକ୍ସ : ନାସା ପକ୍ଷରୁ ଆଜି ଆର୍ଟେମିସ୍-୨ ଚନ୍ଦ୍ର ମିଶନ୍ ସଫଳତାର ସହ ଉତକ୍ଷେପଣ କରାଯାଇଛି। ବିଶାଳ SLS ରକେଟ୍ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ସକାଳ ୩ଟା ୫୪ରେ ଆକାଶକୁ ଉଡ଼ିଥିଲା। ଏହା ୫୪ ବର୍ଷ ପରେ ମଣିଷଙ୍କୁ ଚନ୍ଦ୍ରକୁ ନେଇଯିବା ପାଇଁ ପ୍ରଥମ ମାନବ ମିଶନ୍ ଭାବେ ଐତିହାସିକ ଗୁରୁତ୍ୱ ରଖେ।ଉତକ୍ଷେପଣ ପ୍ରକ୍ରିୟା ସଫଳ ହୋଇଥିବା ସହ ସମସ୍ତ ଚାରି ଜଣ ମହାକାଶଚାରୀ ସୁରକ୍ଷିତ ଭାବରେ ପୃଥିବୀର କକ୍ଷପଥରେ ପହଞ୍ଚିଥିବା ସୂଚନା ମିଳିଛି।

ଏହି ଐତିହାସିକ ମୁହୂର୍ତ୍ତକୁ ସମଗ୍ର ବିଶ୍ୱ ଆଗ୍ରହର ସହିତ ନଜର ରଖିଥିଲା।ଏହି ମିଶନରେ ଚାରି ଜଣ ମହାକାଶଚାରୀ ଅଂଶଗ୍ରହଣ କରୁଛନ୍ତି, ଯେମାନେ ଚନ୍ଦ୍ର ପରିକ୍ରମା ଯାତ୍ରା କରିବେ। ଏହି ଯାତ୍ରା ଭବିଷ୍ୟତରେ ଚନ୍ଦ୍ର ଉପରେ ମଣିଷର ସ୍ଥାୟୀ ଉପସ୍ଥିତି ପାଇଁ ମୁଖ୍ୟ ପାଇଦାନ ସାବ୍ୟସ୍ତ ହେବ।

ଆର୍ଟେମିସ୍-୨ ଲଞ୍ଚ ନିର୍ଦ୍ଦେଶକ ଚାର୍ଲି ବ୍ଲାକୱେଲ-ଥମ୍ପସନ ମହାକାଶଚାରୀମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ସେମାନେ କେବଳ ଆର୍ଟେମିସ୍ ଦଳର ନୁହେଁ, ବରଂ ସମଗ୍ର ଆମେରିକା ଓ ବିଶ୍ୱର ଆଶା ଓ ସ୍ୱପ୍ନକୁ ସହେ ନେଇ ଏହି ଐତିହାସିକ ଯାତ୍ରାରେ ପଦାର୍ପଣ କରୁଛନ୍ତି। ସେମାନଙ୍କ ସଫଳତା ପାଇଁ ସମସ୍ତଙ୍କର ଶୁଭେଚ୍ଛା ରହିଛି।

Leave a Reply

Your email address will not be published. Required fields are marked *